ବାରିପଦା; ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ କମିଟି ର ଉପସଭାପତି ତଥା ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନ ର ରାଜ୍ୟ ସମ୍ପାଦକ ଓ ପି ସି ସି ସଭ୍ୟ ମୀନକେତନ ବେହେରା ଙ୍କ ନିଲମ୍ବନ ପ୍ରତ୍ୟାହାର କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି । ରାଜ୍ୟ ଶୃଙ୍ଖଳା କମିଟି ର ଅଧ୍ୟକ୍ଷ ସୁଜିତ କୁମାର ପାଢ଼ୀ ସମସ୍ତ ବିଷୟ କୁ ବିଚାର ବିମର୍ଶ କରି ମୟୁରଭଞ୍ଜ ଜିଲ୍ଲା ସଂଗଠନ କୁ ସୁଦୃଢ କରିବା ପାଇଁ ଏକ ପ୍ରେସ ବିଜ୍ଞପ୍ତି ଜାରିକରି ମିନକେତନ ବେହେରା ଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିଛନ୍ତି । ଅପରପକ୍ଷରେ ମୋରଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୋରଡା ବ୍ଲକ ରେ ମୀନକେତନ ବେହେରା ଙ୍କ ଘର ହୋଇଥିବା ରୁ ନିଲମ୍ବନ ପ୍ରତ୍ୟାହାର ପରେ ମୋରଡା କଂଗ୍ରେସ ମଧ୍ୟ ସୁଦୃଢ ହେବ । ମୀନକେତନ ବେହେରା ଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିଥିବାରୁ ଜିଲ୍ଲା କଂଗ୍ରେସ ସଭାପତି ପୁର୍ଣଚନ୍ଦ୍ର ବିଶ୍ୱାଳ, ମୟୁରଭଞ୍ଜ ବାର ଆସୋସିଏସନ ସଭାପତି ଜ୍ୟୋତି ପ୍ରକାଶ ରଥ, ଅଶୋକ ଗିରି, ପ୍ରଦୀପ ଦାସ, ଏସି ସେଲ ସଭାନେତ୍ରୀ ସୁସ୍ମିତା ବେହେରା, ଜିଲ୍ଲା ଉପ ସଭାନେତ୍ର ମାଧବୀ ସେନାପତି, ଭୁବନେଶ୍ୱରୀ ଜେନା, ଗୋରୀ ନାୟକ, ପ୍ରଦେଶ କମିଟି ସଭାପତି ଓ ଶୃଙ୍ଖଳା କମିଟି ଅଧକ୍ଷ୍ୟ ଙ୍କୁ ଧନ୍ୟବାଦ ଜଣାଇବା ସହିତ ମୀନକେତନ ବେହେରା ଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜାଣିଛନ୍ତି । ମୀନକେତନ ବେହେରା ମଧ୍ୟ୍ୟ ଜିଲ୍ଲା ର ସମସ୍ତ ନେତା ଙ୍କୁ ଧନ୍ୟବାଦ ଜଣାଇବା ସହିତ ରାଜ୍ୟ ନେତୃତ୍ୱ ଙ୍କୁ କୃତଜ୍ଞତା ଜଣାଇ ସମସ୍ତେ ମିଳିମିଶି କଂଗ୍ରେସ କୁ ସୁଦୃଢ କରିବା ପାଇଁ କାର୍ଯ୍ୟକାରିବୁ ବୋଲି ପ୍ରକାଶ କରିଛନ୍ତି ।
