ନୀଳଗିରି: କୁଲଡିହା ଅଭୟରଣ୍ୟ ମଧ୍ୟରେ ଲଗା ଯାଇଥିବା ଟ୍ରାପ କ୍ୟାମେରାରେ ଉତ୍ତୋଳନ ହୋଉଥିବା ଭିଡିଓଚିତ୍ରକୁ ଅନୁସରଣକରି ୬ଶିକାରୀଙ୍କୁ ଗିରଫ କରିବାରେ ସକ୍ଷମହୋଇଛି କୁଲଡିହା ବନବିଭାଗ।ଗତ ଶୁକ୍ରବାର ମଧ୍ୟରାତ୍ରିରେ ବନବିଭାଗ ସନ୍ଦିଗ୍ଧ ଶିକାରୀମାନଙ୍କର ଘରେ ଖାନତଲାସ କରି ୮ଟି ହାତତିଆରି ଦେଶୀବନ୍ଧୁକ ସହ ୧୬ଟି ସୀସାବଲ, କଟାହୋଇଥିବା ୩ଟି ସୀସାରଡ, ୨୦ଗ୍ରାମ କଳାବାରୁଦ, ଗୋଟିଏ ଲୁହା ରଡ଼, ୩ଟି କାଣ୍ଡ ଓ ୫ଟିଧନୁଶର ଜବତକରିବା ସହିତ ସମସ୍ତ ୬ଜଣ ଅଭିଯୁକ୍ତଶିକାରୀକୁ ଗିରଫକରି କୁଲଡିହା ରେଞ୍ଜକାର୍ଯ୍ୟାଳୟକୁ ଅଣାଯାଇଥିଲା।ଏନେଇ ବନବିଭାଗ କେସନମ୍ବର ୧୫କେ ୨୦୨୬/୨୭ରେ ମାମଲା ରୁଜୁକରି ସମସ୍ତ ଅଭିଯୁକ୍ତଙ୍କୁ ବିଚାରପାଇଁ ମାନ୍ୟବର ଏସ ଡ଼ି ଜେଏମଙ୍କ କୋର୍ଟକୁ ଚାଲାଣ କରାଯାଇଛି।ଗିରଫ ଅଭିଯୁକ୍ତ ଶିକାରୀହେଲେ ନୀଳଗିରି ଥାନା ଅଧିନସ୍ଥ ବାବନ୍ଧ ଗ୍ରାମର ମଦନ ସିଂ (୩୬),ଉକ୍ତଗ୍ରାମର ଗୁରୁବା ସିଂ (୨୩),କଦମଶୂଳ ଗ୍ରାମର ଘନ ସିଂ (୨୮),ଉକ୍ତଗ୍ରାମର ସନିଆ ସିଂ (୩୨),ସିଆଡ଼ିମାଳ ଗ୍ରାମର ଦେବେନ୍ଦ୍ର ସିଂ (୨୬) ଓ ଡେଉଁଚଖାଲ ଗ୍ରାମର ମଙ୍ଗୁଳୁ ସିଂ (୩୧)ବୋଲି ବନବିଭାଗ ସୂଚନା ଦେଇଛି।ଏହି ଚଢ଼ାଉରେ କୁଲଡିହା ଭାରପ୍ରାପ୍ତ ରେଞ୍ଜଅଧିକାରୀ ସୌମ୍ୟରଞ୍ଜନ ମାଝୀ,ପଞ୍ଚଲିଙ୍ଗେଶ୍ୱର ଫରେଷ୍ଟର ହୃଷିକେଶ ପ୍ରଧାନ, ହାତୀଖୁଲିଆ ଫରେଷ୍ଟର ଜୟନ୍ତ କୁମାର ପ୍ରଧାନ, ଫରେଷ୍ଟଗାର୍ଡ ଜୟଲକ୍ଷ୍ମୀ ପୁହାଣ, ରାକେଶ ବାରିକ ସାମିଲଥିଲେ।
