Oplus_16908288
ନୀଳଗିରି; ପଶ୍ଚିମବଙ୍ଗ ପୂର୍ବମେଦିନୀପୁର ତମଲୁକ୍ ଅଞ୍ଚଳର ୭୨ଜଣ ପର୍ଯ୍ୟଟକ ଙ୍କୁ ନେଇ ଆସିଥିବା ଏକ ପର୍ଯ୍ୟଟକ ବସ୍ ବାଲେଶ୍ୱର ଜିଲ୍ଲା ୧୯ନଂ ରାଜ୍ୟରାଜପଥ ଗୋହିରା ନିକଟବର୍ତ୍ତୀ ଭୁଡୁରୁବଣି ନିକଟରେ ଭାରସାମ୍ୟ ହରାଇ ରାସ୍ତାତଳକୁ ଓଲଟି ପଡ଼ିଥିଲା। ତେବେ ସମସ୍ତ ପର୍ଯ୍ୟଟକ ସୁରକ୍ଷିତଥିବା ପ୍ରାରମ୍ଭିକ ସୂଚନାରୁ ଜଣାପଡିଛି। ସୂଚନା ମୁତାବକ ଉକ୍ତ ପର୍ଯ୍ୟଟକ ବସଟି ପର୍ଯ୍ୟଟନ ଉଦ୍ଦେଶ୍ୟରେ ଆସି ପ୍ରଥମେ ମୟୂରଭଞ୍ଜ ଜିଲ୍ଲା ଉଦଳା ନିକଟବର୍ତ୍ତୀ ଦେବକୁଣ୍ଡ ପରିଭ୍ରମଣକରି ଉତ୍ତରଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପଞ୍ଚଲିଙ୍ଗେଶ୍ୱର ଅଭିମୁଖେ ଆସୁଥିବା ବେଳେ ବରହମପୁର ଥାନା ଛତ୍ରପୁର ଓ ଗୋହିରା ମଧ୍ୟସ୍ଥ ଭୁଡୁରୁବଣି ଛକ ନିକଟରେ ରାସ୍ତା ଉପରେ ବନ୍ଧାଯାଇଥିବା ଦୁଇଟି ଗାଈ ସାମ୍ନାକୁ ଆସିଯିବାରୁ ଡ୍ରାଇଭର ବ୍ରେକ ମାରିଦେବାରୁ ବସଟି ଭାରସାମ୍ୟ ହରାଇ ପ୍ରାୟ ୧୦ଫୁଟ ଗଭୀର ଧାନକ୍ଷେତକୁ ଓଲଟି ପଡ଼ିଥିଲା। ତୁରନ୍ତ ସ୍ଥାନୀୟଲୋକଙ୍କ ସହାୟତାରେ ବରହମପୁର ପୋଲିସ ଉଦ୍ଧାରକାର୍ଯ୍ୟ ଜାରି ରଖିଥିଲା। ପରେ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିବା ବେଳେ ସମସ୍ତଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାରକରାଯାଇଥିଲା। ଆହତଯାତ୍ରୀଙ୍କୁ ବରହମପୁର ହସ୍ପିଟାଲ୍ ନିଆଯାଇ ପ୍ରାଥମିକଚିକିତ୍ସା କରାଯାଇଥିଲା ବେଳେ ୧୨ଜଣ ଗୁରୁତର ଯାତ୍ରୀଙ୍କୁ ଫକୀରମୋହନ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ତେବେ ରାସ୍ତାକଡ଼ରେ ଗୋରୁଗାଈ ଚରିବାପାଇଁ ବନ୍ଧାଯିବାରୁ ଏପରି ଦୁର୍ଘଟଣା ଘଟୁଥିବାକୁ ନେ଼ଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
