ବାରିପଦା ; ମୟୁରଭଞ୍ଜ ଜିଲ୍ଲା,ମହୁଲଡିହା ଥାନା ସାତକୋଶିଆ ଗ୍ରାମ ପଞ୍ଚାୟତର ଘୁଳୁଘୁଳିଆ ଗ୍ରାମରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୫ ଟାରେ ଘରପାଖ ପୋଖରୀରେ ବୁଡ଼ି ଏକ ଶିଶୁକନ୍ୟାର ମୃତ୍ୟୁ ହୋଇଛି। ମୃତ ଶିଶୁ ଜଣକ ଘୁଳୁଘୁଳିଆ ଗ୍ରାମ ଜାଗାଇ ସାହିର ଶ୍ୟାମସୁନ୍ଦର ଜାମୁଦାଙ୍କ ଏକ ମାତ୍ର ଝିଅ ରଶ୍ମିତା ଜାମୁଦା (୧ ବର୍ଷ)। ଘଟଣାରୁ ପ୍ରକାଶ ଯେ,ଘର ନିକଟରେ ଥିବା ପୋଖରୀ କୂଳରେ ସାହିର ପିଲାମାନଙ୍କ ସହ ରଶ୍ମିତା ଖେଳୁଥିଲା।ଛୁଆର ମା ପାଟି ଶୁଣି ନ ପାରି ପୋଖରୀ କୂଳକୁ ଆସି ଦେଖନ୍ତି ତ ତାଙ୍କ ଝିଅ ପାଣିରେ ପଡ଼ି ଉବୁଟୁବୁ ହେଉଛି।ପରିବାର ଲୋକେ ପାଣିରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ପରୀକ୍ଷା କରି ଶିଶୁଟିକୁ ମୃତ ଘୋଷଣା କରିଥିଲେ। ସନ୍ଧ୍ୟାରେ ମହୁଲଡିହା ଥାନାରେ ଅଭିଯୋଗ ପରେ କେଶ ନଂ ୨୦/୨୬ ରେ ଏକ ଅପମୃତ୍ୟୁ ମାମଲା ମାମଲା ରୁଜୁ କରି ପୁଲିସ ଶବ ଜବତ କରିଥିଲା। ଆଜି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି ପୁଲିସ।
