ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ମଙ୍ଗଳବାର ଦିନ କହିଛନ୍ତି ଯେ, ଯଦି ସ୍ୱତନ୍ତ୍ର ଘନିଷ୍ଠ ସଂଶୋଧନ (ଏସ୍ଆଇଆର) ପ୍ରକ୍ରିୟା ଅଧୀନରେ ପ୍ରସ୍ତୁତ ଡ୍ରାଫ୍ଟ (ଖସଡ଼ା) ଭୋଟର ତାଲିକାରେ କୌଣସି ପୂର୍ବରୁ ପଞ୍ଜୀକୃତ ଭୋଟରଙ୍କ ନାମ ନଥାଏ, ତେବେ ସେମାନେ ନିଜ ନାମ ଅନ୍ତର୍ଭୁକ୍ତ କରିବା ପାଇଁ “ଫର୍ମ ୬’ ଦାଖଲ କରିପାରିବେ। ଯେଉଁମାନଙ୍କ ନାମ ଡ୍ରାଫ୍ଟ ଝଓଜ ତାଲିକାରୁ ହଟିଯାଇଛି, ସେମାନଙ୍କ ମଧ୍ୟରେ ଏକ ଆଶଙ୍କା ଦେଖାଦେଇଛି। ସେମାନେ ଭାବୁଛନ୍ତି ଯେ “ଫର୍ମ ୬’ ଦାଖଲ କରିବା ଦ୍ୱାରା ଏକ ମିଥ୍ୟା ଘୋଷଣାନାମା ଦେବାର ଅଭିଯୋଗ ଆସିପାରେ। କାରଣ ଏହି ଫର୍ମରେ ଏକ ଘୋଷଣାନାମା ରହିଥାଏ ଯେଉଁଥିରେ ଉଲ୍ଲେଖ ଥାଏ ଯେ ଆବେଦନକାରୀ ପ୍ରଥମ ଥର ପାଇଁ ଭୋଟର ତାଲିକାରେ ନାମ ଯୋଡ଼ିବାକୁ ଚାହୁଁଛନ୍ତି। ଯଦି ଏହାକୁ ମିଥ୍ୟା ଘୋଷଣାନାମା ବୋଲି ଧରାଯାଏ, ତେବେ ଲୋକ ପ୍ରତିନିଧିତ୍ୱ ଆଇନ ଅଧୀନରେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ସମସ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଲେଖିଥିବା ଏକ ଚିଠିରେ ନିର୍ବାଚନ ଆୟୋଗ (ଇସି) କହିଛନ୍ତି ଯେ, ସେମାନଙ୍କ ଦୃଷ୍ଟିକୁ ଆସିଛି ଯେ କିଛି ବ୍ୟକ୍ତିଙ୍କ ନାମ ଚାଲିଥିବା ଏସଆଇଆର ପ୍ରକ୍ରିୟାରେ ପ୍ରକାଶିତ ଡ୍ରାଫ୍ଟ ଭୋଟର ତାଲିକାରେ ନାହିଁ। ଏହି ବ୍ୟକ୍ତିମାନେ “ଫର୍ମ ୬’ ଦାଖଲ କରିବାକୁ ସଙ୍କୋଚ କରୁଛନ୍ତି, କାରଣ ଏହି ଫର୍ମରେ ଏକ ଘୋଷଣାନାମା ଦେବାକୁ ପଡ଼ିଥାଏ ଯେ ସେମାନଙ୍କ ନାମ ପ୍ରଥମ ଥର ପାଇଁ ଭୋଟର ତାଲିକାରେ ଯୋଡ଼ା ଯାଉଛି। ଆୟୋଗ କହିଛନ୍ତି, ତେଣୁ, ଏହି ଭୋଟରମାନେ ଭାବୁଛନ୍ତି ଯେ ପୂର୍ବରୁ ପଞ୍ଜୀକୃତ ହୋଇଥିବା ସତ୍ତ୍ୱେ ‘ଫର୍ମ ୬’ ଦାଖଲ କରିବା ଏକ ମିଥ୍ୟା ଘୋଷଣାନାମା ଦେବା ସହ ସମାନ ହେବ। ଏହା ଫଳରେ ସେମାନେ ‘ଲୋକ ପ୍ରତିନିଧିତ୍ୱ ଆଇନ, ୧୯୫୦’ର ଧାରା ୩୧ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇପାରନ୍ତି। ଯଦି ଡ୍ରାଫ୍ଟ ଝଓଜ ତାଲିକାରେ ନାମ ନଥାଏ, ତେବେ ପୂର୍ବରୁ ପଞ୍ଜୀକୃତ ଭୋ ନିର୍ବାଚନ କମିଶନ କହିଛନ୍ତି ଯେ ଜଣେ ନିର୍ବାଚନ ପଞ୍ଜିକରଣ ଅଧିକାରୀ କେବଳ ଏଥିପାଇଁ ଜନପ୍ରତିନିଧି ଆଇନର ଧାରା ୩୧ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିପାରିବେ ନାହିଁ ଯେ ପୂର୍ବରୁ ଭୋଟର ତାଲିକାରେ ଥିବା ଜଣେ ଭୋଟର ଝଓଜ ସମୟରେ କିମ୍ବା ପରେ ଫର୍ମ ୬ ଦାଖଲ କରିଛନ୍ତି। ଏପରି କାର୍ଯ୍ୟାନୁଷ୍ଠାନ ପ୍ରତିବନ୍ଧିତ, ଯଦି ଭୋଟର ଅନ୍ୟତ୍ର ପଞ୍ଜିକୃତ ହୋଇନଥାନ୍ତି କିମ୍ବା ବେଆଇନ କିମ୍ବା ମିଥ୍ୟା ଘୋଷଣା କରିନଥାନ୍ତି, ଏହା ରେଖାଙ୍କିତ କରିଛି। ଦିଲ୍ଲୀ ହାଇକୋର୍ଟର ଅକ୍ଟୋବର ୧୪ ରାୟକୁ ଉଦ୍ଧୃତ କରି ନିର୍ବାଚନ କମିଶନ କହିଛନ୍ତି ଯେ ମିଥ୍ୟା ଘୋଷଣା କରିବାର ଆଶଙ୍କା ଭୁଲ ଥିଲା।
