ବାରିପଦା; ଗଣତନ୍ତ୍ର ବଞ୍ଚାଓ, ଅରାଜକତା ହଟାଓ ନାରା ଦେଇ ମୟୂରଭଞ୍ଜ ଜିଲ୍ଲା ବିଜେପି ପକ୍ଷରୁ ବାରିପଦାରେ ଏକ ବିଶାଳ ପଦଯାତ୍ରା ଓ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି । ମଧୁବନ ପଡ଼ିଆରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ସହର ପରିକ୍ରମା କରି କଲେଜ ପଡ଼ିଆରେ ପହଞ୍ଚିବା ପରେ ଆୟୋଜିତ ଜନସମାବେଶରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ବିକାଶର ଧାରାକୁ ପ୍ରତିହତ କରିବା ପାଇଁ ବିରୋଧୀ ଅପଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି । ଦେଶରେ ଗଣତନ୍ତ୍ରକୁ ଆଘାତ ଦେବା ସହ ବିକାଶର ଧାରାକୁ ରୋକିବା ପାଇଁ କିଛି ରାଜନୈତିକ ବ୍ୟକ୍ତି ଓ ଗୋଷ୍ଠୀ ଅପଚେଷ୍ଟା ଚଳାଇଛନ୍ତି। ସାରା ଦେଶରେ ଜନସମାବେଶ ଓ ପଦଯାତ୍ରା ମାଧ୍ୟମରେ ବିକାଶର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚୁଥିବା ବେଳେ, ଏହି ବିକାଶ ଯାତ୍ରାରେ ବାଧା ସୃଷ୍ଟି କରୁଥିବା ଶକ୍ତିଙ୍କୁ ଦୃଢ଼ ମୁକାବିଲା କରାଯିବ। ବିକଶିତ ଓଡ଼ିଶା ଓ ବିକଶିତ ଭାରତର ସ୍ୱପ୍ନ ସାକାର ପାଇଁ ଦେଶବାସୀ ଗଣତନ୍ତ୍ର ଓ ବିକାଶକୁ ଗୁରୁତ୍ୱ ଦେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ନିହାର ରଞ୍ଜନ ମୋଦି, ବାରିପଦା ବିଧାୟକ ପ୍ରକାଶ ସୋରେନ, ଉଦଳା ବିଧାୟକ ଭାସ୍କର ମଢେଇ, ବଡ଼ସାହି ବିଧାୟକ ସନାତନ ବିଜୁଳି, ବାଙ୍ଗିରିପୋଷୀ ବିଧାୟିକା ସଞ୍ଜଳି ମୁର୍ମୁ,ଏସଡିସି ଅଧ୍ୟକ୍ଷ ଡାକ୍ତର ବୁଢ଼ାନ ମୁର୍ମୁ, ଉପାଧ୍ୟକ୍ଷା କୌଶଲ୍ୟା ନାୟକ ଓ ଜିଲ୍ଲା ପ୍ରଭାରୀ ସିପ୍ରା ବାଜପେୟୀ, ଉଦଳା ଏନ.ଏ.ସି. ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ବିଜେପି ରାଜ୍ୟ ପ୍ରବକ୍ତା କବିବିଷ୍ଣୁ ଶତପଥୀ ପ୍ରମୁଖ ଉପସ୍ଥିତ ରହି ଗଣତନ୍ତ୍ର ଓ ଗାଣତନ୍ତ୍ରିକ ମୂଲ୍ୟବୋଧ ସପକ୍ଷରେ ବକ୍ତବ୍ୟ ରଖିଥିଲେ।
ଦଳର ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମହାନ୍ତି, ପ୍ରବୀଣ କୁମାର ପାତ୍ର ଓ ପ୍ରଣକୃଷ୍ଣ ବେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ପରେଶ ଚନ୍ଦ୍ର ମହାନ୍ତ, ସୁଗୁଦା ମୁର୍ମୁ, ସୁକୁଲ ମୁର୍ମୁ, ନରୋତ୍ତମ ପାଣିଗ୍ରାହୀ, ସୁରଜ ଲୋହାର, ସୌମ୍ୟ ରଞ୍ଜନ ମିଶ୍ର, ଦେବବ୍ରତ ସାମଲ, ଶୋଭାବତୀ ଓତା, ଟୁନାରାମ ଥାୟାଲ, କମଳଲୋଚନ ରାୟ, ଏସ. କେ. ନାସିରୁଦ୍ଦିନ, ସୁଜାତା ଷଡ଼ଙ୍ଗୀ, ମମତା ସାହୁ, ମମତା ମଣ୍ଡଳ, ଲକ୍ଷ୍ମୀ ସାହୁ, ବ୍ରଜମୋହନ ବେହେରା, ଦଳଗୋବିନ୍ଦ ବେହେରା, ସରୋଜିନୀ କିସ୍କୁ, ପରିକ୍ଷିତ ଦେ, ଜଗନ୍ନାଥ ମଲ୍ଲିକ, ପ୍ରାଚୀ ସୁମନ ମହାନ୍ତି, ଦୀନେଶ ଦାସ ପ୍ରମୁଖ ପଦଯାତ୍ରା ପରିଚାଳନା କରିଥିଲେ ।
