ନୂଆଦିଲ୍ଲୀ: ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ (ଇଡି) ମଙ୍ଗଳବାର ଦିନ ଜଣାଇଛି ଯେ, ବିଭିନ୍ନ କମ୍ପାନୀ ସହ ଜଡ଼ିତ କଥିତ ବ୍ୟାଙ୍କ ଠକେଇ ମାମଲାର ତଦନ୍ତ କ୍ରମରେ, ସେମାନେ ରିଲାଏନ୍ସ ଅନିଲ ଅମ୍ବାନୀ ଗ୍ରୁପର ୫୧୦.୧୭ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିଛନ୍ତି। ଜବତ କରାଯାଇଥିବା ସମ୍ପତ୍ତି ମଧ୍ୟରେ ଦୁଇଟି ଚାର୍ଟର୍ଡ ବିମାନ, ବ୍ୟାଙ୍କ ଜମା ରାଶି, ଫିକ୍ସଡ୍ ଡିପୋଜିଟ୍, ଜମି, କାର୍ଯ୍ୟାଳୟ ସ୍ଥାନ, ପ୍ରାପ୍ୟ ଅର୍ଥ ଏବଂ ବିଭିନ୍ନ ନିବେଶ ଅନ୍ତର୍ଭୁକ୍ତ ରହିଛି। ଏଥିମଧ୍ୟରୁ ରିଲାଏନ୍ସ ହୋମ୍ ଫାଇନାନ୍ସ ଲିମିଟେଡ୍ ଏବଂ ରିଲାଏନ୍ସ କମର୍ସିଆଲ୍ ଫାଇନାନ୍ସ ଲିମିଟେଡ୍ ସହ ଜଡ଼ିତ କଥିତ ବ୍ୟାଙ୍କ ଠକେଇ ମାମଲାରେ ୨୬୩.୦୫ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଥିବା ବେଳେ, ରିଲାଏନ୍ସ କମ୍ୟୁନିକେସନ୍ସ ଲିମିଟେଡ୍ ମାମଲାରେ ୨୪୭.୧୨ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ମାମଲାରେ ଜବତ ସମ୍ପତ୍ତି ମଧ୍ୟରେ ଦୁଇଟି ଚାର୍ଟର୍ଡ ବିମାନ — “ଡାସଲ୍ଟ ଫାଲକନ୍ ୨୦୦୦’ ଏବଂ “ଏମ୍ବ୍ରାଏର୍, ଛଅଟି ଜମି ଏବଂ ମହାରାଷ୍ଟ୍ରରେ ଥିବା ଏକ କାର୍ଯ୍ୟାଳୟ ସ୍ଥାନ ଅନ୍ତର୍ଭୁକ୍ତ। ଏହି ସଂସ୍ଥା ତାମିଲନାଡୁରେ ଥିବା ଦୁଇଟି ପବନ କଳ ସହିତ ବ୍ୟାଙ୍କ ଜମା ରାଶି, ଫିକ୍ସଡ୍ ଡିପୋଜିଟ୍, ନିବେଶ ଏବଂ ପ୍ରାପ୍ୟ ଅର୍ଥକୁ ଜବତ କରିଛି। ଏହି ନୂତନ ଜବତ କାର୍ଯ୍ୟାନୁଷ୍ଠାନ ସହିତ, ରିଲାଏନ୍ସ ଅନିଲ ଅମ୍ବାନୀ ଗ୍ରୁପ୍ ସହ ଜଡ଼ିତ ବିଭିନ୍ନ ମାମଲାରେ ଇଡି ଦ୍ୱାରା ଜବତ କରାଯାଇଥିବା ସମ୍ପତ୍ତିର ମୋଟ ମୂଲ୍ୟ ପ୍ରାୟ ୨୩,୧୦୦ କୋଟି ଟଙ୍କାରେ ପହଞ୍ଚିଛି। ଏହି ତଦନ୍ତ “ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ’ ଏବଂ “ଫରେନ୍ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ’ଅଧୀନରେ କରାଯାଉଛି। ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ଏବଂ ମୁମ୍ବାଇର ଇକୋନୋମିକ୍ ଅଫେନ୍ସେ ୱ ତଦନ୍ତାଧୀନ କମ୍ପାନୀଗୁଡ଼ିକ ମଧ୍ୟରେ ରିଲାଏନ୍ସ କମ୍ୟୁନିକେସନ୍ସ ଲିମିଟେଡ୍, ରିଲାଏନ୍ସ ହୋମ୍ ଫାଇନାନ୍ସ ଲିମିଟେଡ୍, ରିଲାଏନ୍ସ କମର୍ସିଆଲ୍ ଫାଇନାନ୍ସ ଲିମିଟେଡ୍, ରିଲାଏନ୍ସ ଇନଫ୍ରାଷ୍ଟ୍ରକ୍ଚର ଲିମିଟେଡ୍, ରିଲାଏନ୍ସ ପାୱାର ଲିମିଟେଡ୍ ଏବଂ ରିଲାଏନ୍ସ କ୍ୟାପିଟାଲ୍ ଲିମିଟେଡ୍ ଅନ୍ତର୍ଭୁକ୍ତ। ଇଡି ଅନୁଯାୟୀ, ଏହାର ତଦନ୍ତରୁ ବ୍ୟାଙ୍କ ଏବଂ ଆର୍ôଥକ ପ୍ରତିଷ୍ଠାନରୁ ପ୍ରାପ୍ତ ସାର୍ବଜନୀନ ପାଣ୍ଠିର ଅପବ୍ୟବହାର, ବ୍ୟକ୍ତିଗତ ଲାଭ ପାଇଁ ଠକେଇ ଭାବରେ କର୍ପୋରେଟ୍ ସମ୍ପତ୍ତିକୁ ଲୁଣ୍ଠନ କରିବା ଏବଂ ଭାରତରୁ ସାର୍ବଜନୀନ ପାଣ୍ଠିକୁ ଅଫଶୋର ଟ୍ୟାକ୍ସ ହେଭନକୁ ସ୍ଥାନାନ୍ତରିତ କରାଯିବାର ଅଭିଯୋଗ ଆସିଛି। ଏଜେନ୍ସି ଏକ ବିବୃତ୍ତିରେ କହିଛି ଯେ, ପ୍ରମୋଟର ଏବଂ ସେମାନଙ୍କ ପରିବାରର ବ୍ୟକ୍ତିଗତ ଲାଭ ପାଇଁ ଏକ ବଡ଼ ଅଂଶ ବ୍ୟବହାର କରାଯାଇଥିଲା। ଇଡି ଏହି ମାମଲାରେ ୧୦ ଜଣଙ୍କୁ ଗିରଫ କରିଛି ଏବଂ ପିଏମଏଲଏ ଅଧୀନରେ ଛଅଟି ଅଭିଯୋଗ ଦାଖଲ କରିଛି। ଏହା ୠଋଗଇ ଅଧୀନରେ ଗୋଟିଏ ଅଭିଯୋଗ ମଧ୍ୟ ଦାଖଲ କରିଛି। ଅଧିକ ତଦନ୍ତ ଜାରି ରହିଛି।
