ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଦୁଇ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ମଙ୍ଗଳବାର ଦିନ ଖାରଜ ହେବା ପରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ରାଜ୍ୟସଭା ଉପ-ନିର୍ବାଚନରେ ବିଜୟ ସୁନିଶ୍ଚିତ ହୋଇଯାଇଛି। ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନଭେମ୍ବର ୫ ତାରିଖରେ ଫଳାଫଳ ଘୋଷଣା କରାଯିବ; ଯାହାକି ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ଦିନ ଅଟେ। ସେ କହିଛନ୍ତି ଯେ, କଂଗ୍ରେସ ସମର୍ôଥତ ରାଜକୁମାର ଲୋହାନୀ ଏବଂ କାନ୍ତେ ସୟନ୍ନାଙ୍କ ନାମାଙ୍କନ ପତ୍ର ମଙ୍ଗଳବାର ଦିନ ଖାରଜ କରାଯାଇଛି। ତେବେ, ସୟନ୍ନା ଏବଂ ଲୋହାନୀ, ପୁରୀଙ୍କ ନାମାଙ୍କନ ପତ୍ର ଉପରେ ଆପତ୍ତି ଉଠାଇ ଯୁକ୍ତି ଦର୍ଶାଇଥିଲେ ଯେ “ଫର୍ମ ୨୬’ରେ ଦାଖଲ କରାଯାଇଥିବା ସତ୍ୟପାଠ ଅବୈଧ ଏବଂ ଅସମ୍ପୂର୍ଣ୍ଣ ଥିଲା। କିନ୍ତୁ ରିଟର୍ଣ୍ଣିଂ ଅଫିସର ଉମେଶ ଶର୍ମା ଏହି ଆପତ୍ତିଗୁଡ଼ିକୁ ଯାଞ୍ଚ କରିବା ପରେ କହିଛନ୍ତି ଯେ ପୁରୀଙ୍କ ନାମାଙ୍କନ ପତ୍ରରେ ଆପତ୍ତିଜନକ କିଛି ନାହିଁ। ରିପୋର୍ଟ ଅନୁଯାୟୀ, ନିଜ ଆଦେଶରେ ସେ କହିଛନ୍ତି, ପୁରୀଙ୍କ କାଗଜପତ୍ରରେ କୌଣସି ତ୍ରୁଟି ମିଳିନାହିଁ। କଂଗ୍ରେସ ଏହି ଘଟଣାକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି କହିଛି। ଦଳ ଅଭିଯୋଗ କରିଛି ଯେ ପୁରୀଙ୍କ କାଗଜପତ୍ରରେ ଥିବା ତ୍ରୁଟିଗୁଡ଼ିକୁ ଅଣଦେଖା କରାଯାଇଛି। କାଟାରେ ଏବଂ କଂଗ୍ରେସ ବିଧାୟକ ଆତିଫ୍ ଅକିଲ ଏକ ବିବୃତିରେ କହିଛନ୍ତି, ଏହା ଭାରତୀୟ ଗଣତନ୍ତ୍ର ଉପରେ ଏକ ଆକ୍ରମଣ। ଏତେ ବଡ଼ ତ୍ରୁଟି ଥାଇ ମଧ୍ୟ ନାମାଙ୍କନ ପତ୍ର ଖାରଜ କରାଗଲା ନାହିଁ। ଏଲ୍. ମୁରୁଗନ ଇସ୍ତଫା ଦେବା ପରେ ମଧ୍ୟପ୍ରଦେଶରେ ଏହି ରାଜ୍ୟସଭା ଆସନ ଖାଲି ପଡ଼ିଥିଲା, ଯାହା ଫଳରେ ଏଠାରେ ଉପ-ନିର୍ବାଚନ ଆବଶ୍ୟକ ହୋଇପଡ଼ିଲା। ମୁରୁଗନ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ମଧ୍ୟ ଇସ୍ତଫା ଦେଇଛନ୍ତି ଏବଂ କହିଛନ୍ତି ଯ ଶପଥପତ୍ରରେ ଉଲ୍ଲେଖ ରହିଛି ଯେ ତାଙ୍କ ପାଖରେ ୬.୫୪ କୋଟି ଟଙ୍କା ମୂଲ୍ୟର ଚଳନକ୍ଷମ ସମ୍ପତ୍ତି ଏବଂ ୨୦ କୋଟି ଟଙ୍କା ମୂଲ୍ୟର ଅଚଳ ସମ୍ପତ୍ତି ରହିଛି; ଏଥିରେ ଦିଲ୍ଲୀର ୱେଷ୍ଟ ଏଣ୍ଡ ଅଞ୍ଚଳରେ ଥିବା ଏକ ଆବାସିକ ସମ୍ପତ୍ତି ମଧ୍ୟ ଅନ୍ତର୍ଭୁକ୍ତ। ଗତ ପାଞ୍ଚ ବର୍ଷ ମଧ୍ୟରେ ତାଙ୍କ ବାର୍ଷିକ ଆୟ ୬୩.୩୬ ଲକ୍ଷ ଟଙ୍କାରୁ ବୃଦ୍ଧି ପାଇ ୭୫.୫୭ ଲକ୍ଷ ଟଙ୍କାରେ ପହଞ୍ଚିଛି।
