ନୀଳଗିରି; ବେପରୁଆ ଗାଡ଼ିଚଳାଇବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ଜଣାଯାଇଛି। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ନିକଟସ୍ଥ ଟାଙ୍ଗିରିଆ ଗ୍ରାମର ବାଜୁନ୍ କିସ୍କୁଙ୍କ ଦୁଇପୁଅ ଫାଦୁ କିସ୍କୁ(୨୦) ଏବଂ ବୁଦ୍ଧିରାମ କିସ୍କୂ (୨୫) ଓଡି- ୧୧ଏକେ -୭ ୩୧୬ନାମକ ମଟରସାଇକେଲରେ ନୀଳଗିରି ଅଭିମୁଖେ ଆସୁଥିବା ବେଳେ ଦିନ ପ୍ରାୟ ୧୨.୩୦ମିନିଟ ସମୟରେ ୧୯ନଂ ରାଜ୍ୟରାଜପଥ ଭାଲୁକାଶୁଣି ନିକଟବର୍ତ୍ତୀ ଦେବଯାନୀ ଛକ ନିକଟରେ ଏକ ଗଛକୁ ଧକ୍କା ଦେଇ ଛିଟିକି ପଡ଼ିଥିଲେ।

ଫଳରେ ଘଟଣାସ୍ଥଳରେ ଫାଦୁ କିସ୍କୁର ମୃତ୍ୟୁ ହୋଇଥିବା ବେଳେ ବୁଦ୍ଧିରାମ ଗୁରୁତର ହୋଇପଡିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ଆମ୍ବୁଲାନ୍ସ ଯୋଗେ ନୀଳଗିରି ହସ୍ପିଟାଲକୁ ଅଣାଯାଇଥିଲେ ହେଁ ଫାଦୁକୁ ଡାକ୍ତର ମୃତଘୋଷଣା କରିଥିବାବେଳେ ବୁଦ୍ଧିରାମଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଫକୀରମୋହନ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଆସନ୍ତାକାଲି ଶବବ୍ୟବଚ୍ଛେଦ କରାଯିବ ବୋଲି ଜଣାଯାଇଛି।
