ବାଲିଗୁଡା: ବାଲିଗୁଡା ଥାନା ୫୯ ନମ୍ବର ଜାତୀୟ ରାଜପଥ ର ଜାକେରୀପଡା ରାସ୍ତା ନିକଟରେ ବାଇକ କୁ ଧକ୍କା ଦେଲା କାର ।ଦୁର୍ଘଟଣା ରେ ବାଇକ ଚାଳକ ସମେତ ଦୁଇ ଗୁରୁତର ଆହତ ହୋଇଛନ୍ତି । ଦୁଇ ଗୁରୁତର ଙ୍କୁ ଚିକିତ୍ସା ପାଇଁ ବାଲିଗୁଡା ମେଡିକାଲ ରେ ଭର୍ତି କରାଯାଇଥିଲା।ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛ। ସୂଚନା ଅନୁଯାୟୀ କ.ନୂଆଗାଁ ଥାନା ଗୁଞ୍ଜିଗାଁ ର ଦୟାନିଧି ମଳିକ ଓ ରତ୍ନାକର ମଳିକ ଦୁହେଁ ଶୁଦ୍ଧ କାର୍ଯ୍ୟ ସାରି ଗାଁ କୁ ଫେରୁଥିବା ସମୟରେ ବିପରୀତ ଦିଗରୁ ମୁନିଗୁଡା ଅଭିମୁଖେ ଯାଉଥିବା ଏକ କାର ଧକ୍କା ଦେଇଥିଲା । ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିବା ସହ ଦୁର୍ଘଟଣା ଘଟେଇଥିବା କାର ଡ୍ରାଇଭର କୁ ଅଟକ ରଖିଛି ।
