ବ୍ରହ୍ମପୁର: ଏକ ଡକାୟତି ମାମଲାରେ ସମ୍ପୃକ୍ତ ରହି ଫେରାର ଥିବା ଜଣେ ଅଭିଯୁକ୍ତଙ୍କୁ ୱାରେଣ୍ଟ ବଳରେ ଗିରଫ କରିଛି ଗୋସାଣିନୂଆଗାଁ ଥାନା ପୁଲିସ। ଗିରଫ ଅଭିଯୁକ୍ତ ଜଣକ ହେଲେ କାଳୁଆ ସାହିର ଅଶ୍ୱିନୀ କୁମାର ସାହୁ (୪୨)। ସୂଚନାଯୋଗ୍ୟ ଯେ, ଅଶ୍ୱିନୀ ଏକ ଡକାୟତି ମାମଲାରେ ସମ୍ପୃକ୍ତ ରହିଥିଲେ। ମାମଲାରେ ସେ ନ୍ୟାୟାଳୟରେ ହାଜର ନହେବାରୁ ତାଙ୍କ ବିରୋଧରେ ୱାରେଣ୍ଟ ଜାରି ହୋଇଥିଲା। ଏହାପରେ ଗୋସାଣିନୂଆଗାଁ ଥାନା ପୁଲିସ ତାଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିଲା। ଶେଷରେ ଆଜି ୱାରେଣ୍ଟ ବଳରେ ଅଶ୍ୱିନୀଙ୍କୁ ଗିରଫ କରି ପୁଲିସ ନ୍ୟାୟାଳୟରେ ହାଜର କରିଛି।
