ଫୁଲବାଣୀ : ଅବକାରୀ ବିଭାଗ ଦ୍ୱା ଦ୍ୱାରା ପୃଥକ ସ୍ଥାନରୁ ଦୁଇଟି ଗାଡି ଜବତ କରାଯାଇଥିବା ବେଳେ ଦୁଇ କୁଇଣ୍ଟାଲ ତିରିଶ କେଜି ଗଞ୍ଜେଇ ଜବତ ସହ ଘଟଣା ସ୍ଥଳରୁ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଗାଡି ଛାଡି ଫେରାର ହୋଇଥିବା ସୂଚନା ମିଳିଛି । ତେବେ ସୂଚନା ଅନୁସାରେ ଅବକାରୀ ସୁପରିଟେଣ୍ଡ ସୁଶାନୁ କୁମାର ପାଢ଼ୀ ନିର୍ଦ୍ଦେଶକ୍ରମେ ଅବକାରୀ ଟିମ୍ ରାଣୀ ରାଣୀପଥର ଘାଟିରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ଡାଲା ବୋଲେରୋ ମ୍ୟାକ୍ସ ପିକପ୍ ଗାଡ଼ି କୁ ଅଟକାଇଥିଲେ । ଡାଲା ମ୍ୟାକ୍ସ ପିକପ୍ ଗାଡ଼ିରୁ ଅବକାରୀ ଟିମ୍ ଦୁଇ କୁଇଣ୍ଟାଲ ଗଞ୍ଜେଇ ଜବତ କରିଥିବା ବେଳେ ଗଞ୍ଜେଇ ଚାଲାଣ କାରୀ ଗୋଛାପଡା ଥାନା ଅନ୍ତର୍ଗତ କୁନ୍ଦୁଲି ଗ୍ରାମର ଅଶୋକ କହଁର କୁ ଗିରଫ କରିବା ସହ ସେହି ଡାଲା ବୋଲର ମ୍ୟାକ୍ସ ପିକପ୍ ଗାଡ଼ିକୁ ଜବତ କରିଥିଲା । ସେହି ପରି ସୁ ସୁଡୁରୁ କୁମ୍ପା ପଞ୍ଚାୟତ ର କ୍ରାଣ୍ଡିମାସ୍କା ନିକଟ ରୁ ଗାଡି ର ଡ୍ରାଇଭର ଅବକାରୀ ବିଭାଗ ର ପୋଲିସ୍ କୁ ଦେଖ୍ ରାସ୍ତା ଉପରେ ଗାଡି ଛାଡି ଫେରାର ହୋଯାଇଥିବା ବେଳେ ସେହି କ୍ରେଟା ଗାଡିରୁ ୩୦ କେଜି ଗଞ୍ଜେଇ ସହ ଗାଡି ଜବତ କରିଥିଲେ । ସଦର ଅବକାରୀ ଏବଂ ଆଦର୍ଶ ଅବକାରୀ ଥାନାରେ ଦୁଇଟି ପୃଥକ ପୃଥକ ଗଞ୍ଜେଇ ଚାଲାଣ ସମ୍ପର୍କିତ ମାମଲା କରି ଗିରଫ ଗଞ୍ଜେଇ ଚାଲାଣ କାରୀ କୁ କୋର୍ଟ ଚାଲାଣ କରାଯାଇଛି । ଅନ୍ୟପଟେ ଗଞ୍ଜେଇ ଚାଲାଣି, ଘଟଣା ନେଇ ସୁପରିଟେଣ୍ତ ସୁଶାନ୍ତ କୁମାର ପାଢ଼ୀ ଏକ ସାମ୍ବାଦିକ ସମ୍ମିଳନୀରେ ରେ ସୂଚନା ଦେଇଛନ୍ତି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଡେପୁଟି ସୁପରିଟେଣ୍ଡ ପବିତ୍ର ମୋହନ ମାଝୀ,ଅବକାରୀ ସଦର ଇନ୍ସପେକ୍ଟର ବିନୋଦ ବାସ୍କେ,ଏସ ଆଇ ଭକ୍ତ ଚରଣ ସ୍ୱାଇଁ ଉପସ୍ଥିତ ଥିଲେ।
