ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସ୍ଥିତ ରିଜର୍ଭ ପୁଲିସ ପଡ଼ିଆଠାରେ ୮୧ତମ ରାଜ୍ୟ ପୋଲିସ୍ ଚାମ୍ପିୟନସିପ ମହାକୁମ୍ଭ ୨୦୨୬ ଉଦ୍?ଯାପିତ ହୋଇଛି। ଏହି ଉଦଯାପନୀ ସମାରୋହରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜି ଫାଇନାଲ ମ୍ୟାଚ୍ ରେ ସମ୍ବଲପୁର ଓ ବାରିପଦା ଓ ଏସ ଏ ପି ୫ମ ବାଟାଲିୟନ ମଧ୍ୟରେ ଯେଉଁ ସଂଘର୍ଷ ପୂର୍ଣ୍ଣ ଚିତାକର୍ଷକ ଖେଳ ପ୍ରଦର୍ଶନ ହୋଇଥିଲା ଏହି ଖେଳରେ ବାରିପଦା ଚମ୍ପିୟାନ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଖେଳାଳି ମାନଙ୍କ ମଧ୍ୟରେ ଏକତା, ଶୃଙ୍ଖଳା ଓ ଭାଇଚାରା, ଟିମ୍ ୱାର୍କ୍ ଦେଖିବାକୁ ମିଳିଥିଲା। ଓଡ଼ିଶା ପୋଲିସ୍ କ୍ରୀଡ଼ା କ୍ଷେତ୍ରରେ ଆଗକୁ ଯାଉଛନ୍ତି।ଆନ୍ତର୍ଜାତୀୟ ,ଜାତୀୟ ସ୍ତରରେ ଓଡ଼ିଶା ପୋଲିସ୍ ବିଭିନ୍ନ ଇଭେଣ୍ଟ ରେ ଭାଗ ନେଇ ଗୋଲ୍ଡ,ସିଲ୍ଭର ଓ ବ୍ରୋଞ୍ଜ ମେଡାଲ ନେଇ ଆସୁଛନ୍ତି। ଆମ ଓଡ଼ିଶା ସରକାର ଓଡ଼ିଶା ପୋଲିସ୍ ର ଏକ ଆହ୍ୱାନ ରହିଛି। କ୍ରୀଡା କ୍ଷେତ୍ର ରେ ଆମେ ଓଡ଼ିଶା ପୋଲିସ୍ ଭିତରେ ବେଶୀ ପ୍ରଶୟ ଦେବୁ। ଆଗାମୀ ଦିନରେ ଆମ ଯବାନ ମାନେ ଯେଉଁ ମେଡାଲ ପାଇଛନ୍ତି ସେମାନଙ୍କୁ ଆଗକୁ ନେବା ପାଇଁ ପ୍ରାଧାନ୍ୟ ଦେବୁ ବୋଲି କହିଥିବା ବେଳେ ଓଡ଼ିଶା ରୁ ମାଓ ମୁକ୍ତ ,କନ୍ଧମାଳ ରୁ ମାଓ ମୁକ୍ତ ଅଭିଯାନ ଭାରତ ସରକାର ଏକ ଭଲ ପଦକ୍ଷେପ। ଏବେ ପର୍ଯ୍ୟନ୍ତ କିଛି ମାଓବାଦୀ ରହିଯାଇଛନ୍ତି । ପୋଲିସ୍ ପାଖରେ ସେମାନଙ୍କର ସମସ୍ତ ଖବର ଅଛି। ସେମାନେ ସରେଣ୍ଡର୍ କରନ୍ତୁ ନଚେତ୍ ପୋଲିସ୍ ସେମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଆମ ଓଡ଼ିଶା ଆଗକୁ ପ୍ରତ୍ୟେକ କ୍ଷେତ୍ରରେ ବିକାଶ ହୋଇ ହୋଇ ଯାଇଛି। ଶାନ୍ତି ଯଦି ରହିବ,ଆଇନ୍ ଶୃଙ୍ଖଳା ଯଦି ଭଲ ରହିବ ହେଲେ ଓଡ଼ିଶା ଆମର ଭାରତ ବର୍ଷରେ ଭଲ ରାଜ୍ୟ ହେବ ବୋଲି କହିଥିଲେ।ମୁଖ୍ୟ ଅତିଥି ଚମ୍ପିୟାନ ହେଇଥିବା ଓଏସଏପି ପଞ୍ଚମ ବାଟାଲିୟନ ଚାରିପଦା ଟିମକୁ ବିଜୟ ଟ୍ରଫି ପ୍ରଦାନ କରିଥିଲେ । ଏଥିସହ ରନର୍ସଅପ୍ ସମ୍ବଲପୁର ପୁଲିସ ଜିଲ୍ଲା ଟିମକୁ ମଧ୍ୟ ସେ ଟ୍ରଫି ପ୍ରଦାନ କରିଥିଲେ ଓ ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ଖେଳାଳିମାନଙ୍କୁ ଆଗାମୀ ଦିନରେ ଉତ୍କର୍ଷତା ପ୍ରଦର୍ଶନ କରିବା ସହ ଓଡ଼ିଶା ପୁଲିସର ସୁନାମ ବଢ଼ାଇବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଶ୍ରୀ କୁମାର ବିଜେତା ଦଳକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ରନର୍ସଅପ୍ ଏବଂ ଅନ୍ୟ ସମସ୍ତ ଅଂଶଗ୍ରହଣକାରୀ ଦଳର ସଦସ୍ୟଙ୍କ ସମର୍ପଣ ଓ ମନୋବଳକୁ ପ୍ରଶଂସା କରିଥିଲେ। ସମସ୍ତ ଖେଳାଳି, ପ୍ରଶିକ୍ଷକ ଓ ଆୟୋଜକ ଏହି ପୁଲିସ ଫୁଟବଲ ଚାମ୍ପିୟନସିପକୁ ସ୍ମରଣୀୟ କରିବାରେ ସେମାନଙ୍କର ପ୍ରୟାସ ପାଇଁ ଅଭିନନ୍ଦନ ଜଣାଇଥିଲେ। ଆଜି ଅପରାହ୍ନରେ ଓଏସଏପି ପଞ୍ଚମ ବାଟାଲିୟନ ବାରିପଦାଓ ସମ୍ବଲପୁର ଜିଲ୍ଲା ପୁଲିସ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା । ଏହି ସଂଘର୍ଷପୂର୍ଣ୍ଣ ମ୍ୟାବ୍?ରେ ଓଏସଏପି ପଞ୍ଚମ ବାଟାଲିୟନ ଚାରିପଦା ୧/୦ ଗୋଲରେ ସମ୍ବଲପୁର ପୁଲିସ ଜିଲ୍ଲାକୁ ପରାସ୍ତ କରି ଚାମ୍ପିଅନ୍ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଏହି ଚାମ୍ପିୟନସିପ ଗତ ୨୦ରୁ ଆରମ୍ଭହୋଇ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସାରା ରାଜ୍ୟର ବିଭିନ୍ନ ଜିଲ୍ଲା, ବାଟାଲିୟନ୍ ଓ ପୋଲିସ୍ ପ୍ରତିଷ୍ଠାନରୁ ମୋଟ ୪୮ଟି ଦଳ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରେ ୬୪ଟି ମ୍ୟାଚ ଖେଳାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୨୪ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୪ଟି ଦଳ ଅଂଶଗ୍ରହଣ କରିଥିଲେ ।

ଫାଇନାଲ ମ୍ୟାଚ୍?ର ଶ୍ରେଷ୍ଠ ଖେଳାଳି ଭାବେ ଓଏସଏପି ପଞ୍ଚମ ବାଟାଲିୟନ ବାରିପଦାର କାରୁ ହାଁସଦା,ଗୋଲକିପର ଭାବେ ସମ୍ବଲପୁର ଜିଲ୍ଲାର ପରେଶ ରାଉତ, ଶ୍ରେଷ୍ଠ ଡିଫେଣ୍ଡର ଭାବେ ଓଏସଏପି ପଞ୍ଚମ ବାଟାଲିୟନ ବାରିପଦାର ମନୋଜ ଟୁଡୁ, ଶ୍ରେଷ୍ଠ ମିଡ୍?ଫିଲ୍ମର ଭାବେ ଓଏସଏପି ଦ୍ୱିତୀୟ ବାଟାଲିୟନ ଝାରସୁଗୁଡ଼ାର ରବି କୁମାର, ଶ୍ରେଷ୍ଠ ଷ୍ଟାଇକର ଭାବେ ସୁନ୍ଦରଗଡ଼ର ଆଲିଷ୍ଟର ବ୍ୟାଙ୍କ,ର୍ ଟୁର୍ଣ୍ଣାମେଣ୍ଟ୍?ର ଶ୍ରେଷ୍ଠ ଖେଳାଳି ଭାବେ ସମ୍ବଲପୁର ପୁଲିସ ଜିଲ୍ଲାର ଶ୍ରୀକାନ୍ତ ଭୋଇ ଏବଂ ଶ୍ରେଷ୍ଠ ଶୃଙ୍ଖଳିତ ଟିମ ଭାବେ କନ୍ଧମାଳ ଜିଲ୍ଲା ପୋଲିସ ଦଳକୁ ପୁରସ୍କୃତ କରାଯାଇଥିଲା। ଉଦ୍?ଯାପନୀ ଉତ୍ସବରେ ସ୍ଥାନୀୟ ଜିଲ୍ଲାପାନ ବେଦଭୂଷଣ, ଏସପି ରାମେନ୍ଦ୍ର ପ୍ରସାଦ, ବୌଦ୍ଧ ଏସପି କୁଲଦୀପ ମୀନା, ରାଜ୍ୟ ପୋଲିସ୍ ମୁଖ୍ୟାଳୟର କ୍ରୀଡ଼ା ଅଧିକାରୀ ନୀଳ ମାଧବ ସ୍ମାଇଁଙ୍କ ସମେତ ବହୁ ବରିଷ୍ଠ ପୋଲିସ୍ ଅଧିକାରୀ ଉପସ୍ଥିତ ଥିଲେ। ଶେଷ ରେ ଅତିରିକ୍ତ ଏସ୍ ପି ବିଭୂତି ଭୂଷଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ ୮୧ ତମ ଫୁଟବଲ୍ ମ୍ୟାଚ୍ ଶାନ୍ତି ଶୃଙ୍ଖଳା ସହ ହେବା ନିମନ୍ତେ କନ୍ଧମାଳ ଏସ୍ ପି ରମେନ୍ଦ୍ର ପ୍ରସାଦ ଓ ପୋଲିସ୍ ରିଜର୍ଭଇନ୍ସପେକ୍ଟର ବାଲୁଙ୍କେଶ୍ୱର କଶ୍ୟପ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।
