କଟକ: କଲୋନେଲ ସି.କେ. ନାୟୁଡୁ ଟ୍ରଫି ଅଣ୍ଡର-୨୩ ପୁରୁଷ ମଲ୍ଟି-ଡେ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ଓ ଗୋଆ ମଧ୍ୟରେ ଚାଲିଥିବା ମ୍ୟାଚ୍?ର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଓଡ଼ିଶା ୩୩ ରନ୍ ପଛରେ ରହିଛି। ଗୋଆ ପ୍ରଥମ ଇନିଂସରେ ୨୫୩ ରନ୍ କରିଥିବା ବେଳେ ଓଡ଼ିଶା ଦ୍ୱିତୀୟ ଇନିଂସରେ ଗୋଟିଏ ୱିକେଟ୍ ହରାଇ ୫୧ ରନ୍ ସଂଗ୍ରହ କରିଛି। ପ୍ରଥମ ଇନିଂସରେ ଓଡ଼ିଶା ୫୯.୨ ଓଭରରେ ୧୯୯ ରନ୍ କରି ଅଲ୍?ଆଉଟ୍ ହୋଇଥିଲା। ଏହାର ଜବାବରେ ଗୋଆ ୯୦.୨ ଓଭରରେ ୨୫୩ ରନ୍ କରିଥିଲା। ଗୋଆ ପକ୍ଷରୁ ଆର୍ୟନ ଅଜୟ ନରଭେକର ୧୩ଟି ଚୌକା ସହ ୧୩୯ ବଲ୍?ରୁ ୮୨ ରନ୍ କରିଥିବା ବେଳେ ଶାନ୍ତନୁ ନେଭାଗି ୧୦୩ ବଲ୍?ରୁ ୫୩ ରନ୍ କରିଥିଲେ। ଓଡ଼ିଶା ପକ୍ଷରୁ ଅଭିଷେକ ସିଂହ ଚମତ୍କାର ବୋଲିଂ କରି ୧୫.୩ ଓଭରରେ ୨୬ ରନ୍ ଦେଇ ୩ଟି ୱିକେଟ୍ ଅକ୍ତିଆର କରିଥିଲେ। ସାର୍ଥକ ପଣ୍ଡା ୨ଟି ୱିକେଟ୍ ନେଇଥିଲେ। ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରୁଥିବା ଓଡ଼ିଶା ଖେଳ ଶେଷ ସୁଦ୍ଧା ୨୧ ଓଭରରେ ୫୧ ରନ୍ କରିଛି। ପାନକାଲା ଶଶାଙ୍କ ୫୩ ବଲ୍?ରୁ ୨୭ ରନ୍ କରି ଅପରାଜିତ ଥିବା ବେଳେ ଆୟୁଷ ସୁତାର ୫୩ ବଲ୍?ରୁ ୧୭ ରନ୍ କରି ଅପରାଜିତ ଅଛନ୍ତି। ବର୍ତ୍ତମାନ ଓଡ଼ିଶା ଗୋଆର ପ୍ରଥମ ଇନିଂସ ସ୍କୋରଠାରୁ ୩୩ ରନ୍ ପଛରେ ରହିଛି। ତୃତୀୟ ଦିନର ଖେଳରେ ଓଡ଼ିଶା ବ୍ୟାଟ?ର୍ମାନେ କିପରି ଦଳର ସ୍ଥିତି ମଜଭୁତ କରୁଛନ୍ତି, ତାହା ଉପରେ ନଜର ରହିବ।
