ବାଲିଗୁଡା: ରାତି ଅଧିଆ ଘରେ ପଶି ମହିଳା ଙ୍କୁ ବନ୍ଧୁକ ଦେଖାଇ ଜୀବନ ରେ ମାରିଦେବାକୁ ଭୟଭୀତ କରି ଲୁଟ ଘଟଣା । ଲୁଟପାଟ ଘଟଣା ରେ ମାଷ୍ଟର ମାଇଣ୍ଡ ସମେତ ଚାରି ଜଣିଆ କୁଖ୍ୟାତ ଗ୍ୟାଙ୍ଗ କୁ ଗିରଫ କରିଛି କୋଟଗଡ଼ ଥାନା ପୋଲିସ ।ଗତ ଅଗଷ୍ଟ ୨୩ ତାରିଖ ଦିନ କୋଟଗଡ଼ ଥାନା କୁମ୍ଭାର ସାହି ର ମଞ୍ଜୁ ନାୟକ ନାମକ ଜଣେ ମହିଳା ଙ୍କ ଘର ପଛ ପଟ କବାଟ ଭାଙ୍ଗି ପଶିଥିଲେ ଏହି ଗ୍ୟାଙ୍ଗ।ମଞ୍ଜୁ ନାୟକ ଙ୍କୁ ବନ୍ଧୁକ ଦେଖାଇ ମାରିଦେବାକୁ କହି ପଚିଶି ହଜାର ଟଙ୍କା, ଦୁଇ ଟି ମୋବାଇଲ, ପିନ୍ଧିଥିବା ସୁନା ଚେନ, ଦୁଇ ଟି ସୁନା କାନ ଫୁଲ,ସୁନା କାନ ମୁଦି ନେଇ ଚମ୍ପଟ ମାରିଥିଲେ ଏହି ଲୁଟେରା ଗ୍ୟାଙ୍ଗ ।ଏହି ଚାରି ଜଣିଆ ଗ୍ୟାଙ୍ଗ କୁ କୋଟଗଡ଼ ପୋଲିସ ଗିରଫ କରିବା ସହ ଗୋଟିଏ ବନ୍ଧୁକ,ଗୋଟିଏ ବୁଲେଟ ଗାଡି,ନଗଦ ୧୪୭୦୦ ଟଙ୍କା ସହ ଦୁଇଟି ମୋବାଇଲ ଓ ଛୁରୀ ଜବତ କରିଛି କୋଟଗଡ଼ ପୋଲିସ । ଗିରଫ ଚାରି ଅଭିଯୁକ୍ତ କୋଟଗଡ଼ ଥାନା ନୀଲିମାଝୀଗୁଡା ଗାଁ ର ସମିତ କୁମାର ପାଲଟାସିଂ ଓ କୋଟଗଡ଼ ଥାନା ହାଟପଦା ସାହିର ବିକାଶ ବଳିୟାର ସିଂ ଓ ରହିତ ନାୟକ ଓ ତୁମୁଡିବନ୍ଧ ଥାନା ଅଂଚଳ ର ରାହୁଲ ମାନସେଠ ହୋଇଥିବା ସୂଚନା ଦେଇଛନ୍ତି ବାଲିଗୁଡା ଏସଡ଼ିପିଓ ଶୁଭମ ଭୋସଲେ ।ଏବେ ବି ଘଟଣା ର ଅଧିକ ତଦନ୍ତ ଚାଲିଥିବା ବେଳେ ଗିରଫ ଚାରି ଲୁଟେରା ଙ୍କୁ କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ବାଲିଗୁଡା ଏସଡ଼ିପିଓ ।
