ପୁରୀ: ପୁରୀ ଶଙ୍କରପୁର ମୌଜାରେ ଥିବା ଏହି ଜମି ଉତ୍ତର ପାର୍ଶ୍ୱ ମଠ ଅଧୀନରେ ରହିଥିଲା ।ତେବେ ଚକବନ୍ଦୀ କମିଶନରଙ୍କ ରାୟ ବଳରେ ଆଜି ଜାଗା ଚିହ୍ନଟ ଓ ମାପ କରି ସୂଚନା ଫଳକ ଲଗାଇଛନ୍ତି ପୁରୀ ତହସିଲଦାର ।ଏହା ଶ୍ରୀମନ୍ଦିର ଜମି ଏବଂ ଏହି ଜମି ମଧ୍ୟକୁ ଅନଧିକାର ପ୍ରବେଶ କୁ ଦଣ୍ଡନୀୟ ବୋଲି ଦର୍ଶାଯାଇଛି ।ଏହା ସହିତ ଜମିର ଚତୁଃଦିଗରେ ଚିହ୍ନଟ କରାଯାଇ ନାଲି ପତାକା ଲଗାଯାଇଛି ।ତେବେ ୨୦୧୬ ସେଟଲମେଣ୍ଟ ରିଭିନନ୍ ପିଟିସନ୍ ନମ୍ୱର୍ ୩୦୩ ର ଶୁଣାଣି କରି ଏହି ରାୟ ଦେଇଛନ୍ତି ଚକବନ୍ଦୀ କମିଶନର ।ଓଡ଼ିଶା ସର୍ଭେ ଆଣ୍ଡ ସେଟଲମେଣ୍ଟ ଆଇନ,୧୯୫୮ ର ଧାରା ୧୫(ଈ) ଅନୁସାରେ ଏହି ମାମଲା ଦାଖଲ ହୋଇଥିଲା ।ଖାତା ନମ୍ବର ୪୧୧ ରେ ହାଲ ରେକର୍ଡ ଅଫ୍ ରାଇଟ୍ସ ବା ନୂଆ ଜମି ରେକର୍ଡ ପ୍ରସ୍ତୁତି କୁ ଚ୍ୟାଲେଞ୍ଜ କରିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ।୧୯୭୭ ମସିହା ସାବିକ୍ ରେକର୍ଡ ଅନୁଯାୟୀ ଏହି ରାୟ ଦେଇଛନ୍ତି ଚକବନ୍ଦୀ କମିଶନର ।
