ବାରିପଦା: ମୟୁରଭଞ୍ଜ ଜିଲ୍ଲା,କୁଳିଅଣା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ଭୁରୁଙ୍ଗାଶୋଳଠାରେ ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ ବାଳକ ବିଭାଗର ସଫ୍ଟବଲ କ୍ରୀଡା ପ୍ରତିଯୋଗିତା, ୨୦୨୬-୨୭ ଅନୁଷ୍ଠିତ ହୋଇଯାଇଛି କ୍ଷ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ମାର୍ଗଦର୍ଶନ ରେ ଅନୁଷ୍ଠିତ ଏହି ପ୍ରତିଯୋଗିତା ଆୟୋଜକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଆଶିଷ ରଞ୍ଜନ ବାସୁରୀଙ୍କ ପୌରହିତ୍ୟ ରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ କ୍ଷ ବିଚାରକ ଭାବେ କୈଳାଶ ଚନ୍ଦ୍ର ମୋହାଳିକ, ପ୍ରଦୀପ କୁମାର ଚୌଧୁରୀ, ଅଞ୍ଜନ କୁମାର ରାଉତ, ବାବୁଲାଲ ହେମ୍ବ୍ରମ, ସନ୍ତୋଷ କୁମାର ବେହୁରିଆ ଯୋଗ ଦେଇ ଥିଲେ କ୍ଷ ସେଣ୍ଟ୍ରାଲ ଅଫିସିୟାଲ ଭାବେ ଦୀପକ ରାମ ଯୋଗ ଦେଇଥିଲେ କ୍ଷ ଆସନ୍ତା ନଭେମ୍ବର ମାସ ତୃତୀୟ ସପ୍ତାହରେ ବାଲେଶ୍ୱର ଜିଲ୍ଲା ରେ ଅନୁଷ୍ଠିତ ହେବାକୁ ଥିବା ଓଡିଶା ରାଜ୍ୟସ୍ତରୀୟ ସଫ୍ଟବଲ କ୍ରୀଡା ପ୍ରତିଯୋଗିତା ରେ ମୟୂରଭଞ୍ଜ ଜିଲ୍ଲା ରୁ କ୍ରୀଡ଼ାବିତମାନେ ଯୋଗ ଦେବେ କ୍ଷ କ୍ରୀଡା କାର୍ଯ୍ୟକ୍ରମ ପରିଚାଳନା ରେ ଆୟୋଜକ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶଶାଙ୍କ ଶେଖର ମହାପାତ୍ର, ଶିକ୍ଷକ ଦୀପକ କୁମାର ସେଠୀ, ଶିକ୍ଷୟିତ୍ରୀ ବାସୁମତୀ ମାରାଣ୍ଡି, ସୁଷମା ସୁପ୍ରଭା ଦଳେଇ, ମମତା ପ୍ରଧାନ, ଅଫିସ ସହାୟକ ସୁଶାନ୍ତ ମହାନ୍ତ, ଶିକ୍ଷା କର୍ମଚାରୀ ସୁଜିତ ରଞ୍ଜନ ମହାନ୍ତ, ଯଦୁମଣି ଧଳ ସହଯୋଗ କରିଥିଲେ କ୍ଷ
