ବାରିପଦା; ଠାକୁରମୁଣ୍ଡା ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଚମ୍ପାଝର ଆଶ୍ରମ ବିଦ୍ୟାଳୟର ୪ ଜଣ ଛାତ୍ରଛାତ୍ରୀ ଜାତୀୟ ସ୍ତରରେ ଖେଳିବାକୁ ମନୋନୀତ ହୋଇଛନ୍ତି। ବାରିଶା ମାର୍ଣ୍ଡି, ବେଲ ହୋ, ଜବା ହାଁସଦା ଏବଂ ଲକ୍ଷ୍ମୀ ପିଙ୍ଗୁଆ ଆସନ୍ତା ଅକ୍ଟୋବର ୨୩ ରୁ ୨୮ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ୭୦ ତମ ଜାତୀୟ ସ୍କୁଲ କ୍ରୀଡା ସମାରୋହର ୧୪ ବର୍ଷରୁ କମ୍ ବର୍ଗର ରଗବୀ ଖେଳରେ ଓଡ଼ିଶା ରାଜ୍ୟ ଟିମରେ ସ୍ଥାନ ପାଇଛନ୍ତି। ସେମାନଙ୍କ ଏହି ସଫଳତା ପାଇଁ ବିଭାଗ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାର୍ଦ୍ଦିକ କୁମାର ପଣ୍ଡାଙ୍କ ନିରନ୍ତର ପ୍ରୟାସ ଓ ପରିଶ୍ରମ ଯୋଗୁଁ ଠାକୁରମୁଣ୍ଡା ବ୍ଲକ ତଥା ଜିଲ୍ଲା ପାଇଁ ଏହି ଗୌର୍ୱ ଆଣି ଦେଇଛନ୍ତି ଏହି ଛାତ୍ର ଛାତ୍ରୀ ।
