ବାରିପଦା; ନିୟମିତ ସଞ୍ଚୟ ଅଭ୍ୟାସ ଗଢ଼ିତୋଳିବା, ସ୍ୱଳ୍ପ ସଞ୍ଚୟ ଯୋଜନା ସମ୍ପର୍କରେ ଜନସଚେତନତା ବୃଦ୍ଧି ଏବଂ ଆର୍ôଥକ ସୁରକ୍ଷା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଜିଲ୍ଲା ସଞ୍ଚୟ ଓ ଆର୍ôଥକ ସେବା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ୱ ମିତବ୍ୟୟିତା ଦିବସ-୨୦୨୬ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ସମ୍ମାନିତ ଅତିଥି ଭାବେ ସାଇବର ସୁରକ୍ଷା ଥାନାର ଭାରପ୍ରାପ୍ତ ଅଧିକାରୀ ପ୍ରଦୀପ କୁମାର ମାଝୀ, ଡାକ ନିରୀକ୍ଷକ ସଦାଶିବ ରାଉତ ପ୍ରମୁଖ ଯୋଗଦେଇ ସରକାରଙ୍କ ଅର୍ଥ ବିଭାଗ ଦ୍ୱାରା ପରିଚାଳିତ ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନାର ସୁଯୋଗ ନେବାକୁ ସମାଜର ସମସ୍ତ ବର୍ଗର ଲୋକଙ୍କୁ ଆହ୍ୱାନ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ସଞ୍ଚୟ ଓ ଆର୍ôଥକ ସେବା ଅଧିକାରୀ ସୀରପାଣି ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ, ସ୍ୱଳ୍ପ ସଞ୍ଚୟ ଅଭିକର୍ତ୍ତା ଏବଂ ସାଧାରଣ ନାଗରିକ ମାନେ ଯୋଗଦେଇଥିଲେ । କନିଷ୍ଠ ରାଜସ୍ୱ ସହାୟକ ମହେନ୍ଦ୍ର ସୋରେନ, ସ୍ୱଳ୍ପ ସଞ୍ଚୟ ଅଭିକର୍ତ୍ତା ପ୍ରବାଳ କାନ୍ତି ଘୋଷ, ବସନ୍ତ କୁମାର ମହାପାତ୍ର, ଗୌତମ କୁମାର ସି, ମାନସ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
