ବାରିପଦା; ମୟୁରଭଞ୍ଜ ଜିଲ୍ଲା, ଠାକୁରମୁଣ୍ଡା ଥାନା ପରିସରରେ ଆଜି ରାଷ୍ଟ୍ରୀୟ ଏକତା ଦିବସ ଓ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୧ ତମ ଜନ୍ମଦିନରେ ସାରା ରାଷ୍ଟ୍ର ସମ୍ମାନ ଜଣାଉଥିବାବେଳେ ଠାକୁରମୁଣ୍ଡା ଥାନାରେ ଏକ ବିରାଟ ସାଧାରଣ ସଭାର ଆୟୋଜନ କରାଯାଇଥିଲା କ୍ଷ ଥାନାଧିକାରୀ ଶରତ ମହାଳିକଙ୍କ ନେତୃତ୍ୱରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ପଦ୍ମଚରଣ ହାଇବୁରୁ ଯୋଗଦେଇ ଏକତା ଓ ନିଶା ମୁକ୍ତ ସମାଜ ଗଠନ ଉପରେ ଆଲୋକପାତ କରିଥିଲେ।ନିଶା କିପରି ଯୁବ ସମାଜକୁ ଦିଗ ଭ୍ରଷ୍ଟ କରୁଛି ସେ ସମ୍ପର୍କରେ ବିସ୍ତୃତ ବାର୍ତ୍ତା ରଖି ନିଶା ଠାରୁ ଦୂରେଇଲେ ରାଷ୍ଟ୍ର ଗଠନରେ ଯୁବ ସମାଜ ନେତୃତ୍ୱ ନେବ ବୋଲି ମତ ରଖିଥିଲେ କ୍ଷ ସୁଲଳିତ ସଙ୍ଗୀତ ମାଧ୍ୟମରେ ଅବସର ପ୍ରାପ୍ତ ସେନା ଅଧିକାରୀ ତଥା ସଂଗୀତ ନିର୍ଦେଶକ ଅନପା ସୋରେନ ନିଶା ମୁକ୍ତ ଓଡିଶା ପାଇଁ ବାର୍ତ୍ତା ଦେଇଥିଲେ
ସମ୍ମାନିତ ଅତିଥି ଭାବେ ସମାଜସେବା ବସନ୍ତ କୁମାର ପରିବର୍ତ୍ତୀ, ମା ବାସୁଳୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡ. ଉପେନ୍ଦ୍ର ମହାନ୍ତି, ଅଧ୍ୟାପକ ମନୋରଞ୍ଜନ ଦ୍ୱିବେଦୀ, ଆଦର୍ଶ ବିଦ୍ୟାଳୟ ର ଅଧ୍ୟାପକ ଆଶିଷ ପାଣିଗ୍ରାହୀ ଏବଂ ବୟୋଜ୍ୟେଷ୍ଠ ସାମ୍ବାଦିକ ମଧୁସୂଦନ ନନ୍ଦ ପ୍ରମୁଖ ଯୋଗଦେଇ ନିଶାର କୁପରିଣାମ ଓ ଏକତାର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସରକାର ନିଜେ ନିଶା ଗ୍ରସ୍ତ ହୋଇ, ରାଜସ୍ୱ ପାଇବା ପାଇଁ ସମସ୍ତଙ୍କୁ ନିଶା ଗ୍ରସ୍ତ କରୁଛନ୍ତି ବୋଲି କହିବା ସହିତ ଏଥିପାଇଁ ଆଇନ ପ୍ରଣୟନ କରିବାକୁ ମତ ବ୍ୟକ୍ତ କରିଥିଲେ ।
ଥାନା ଆଇଆଇସି ଶରତ ମହାଳିକ ସଭାପତିତ୍ୱ କରି ସମସ୍ତଙ୍କର ଅକୁଣ୍ଠିତ ସହଯୋଗ ପାଇଁ କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ସାଧାରଣ ଜନତାଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ଏକତା ଓ ନିଶା ନିବାରଣ ଶପଥ ପାଠ କରାଯାଇଥିଲା। ବରିଷ୍ଠ ସମାଜସେବୀ ଲଷ୍ମୀ ଝା ମଞ୍ଚ ପରିଚାଳନା ଓ ଶପଥ ପାଠ କରାଇଥିବା ବେଳେ, କରଞ୍ଜିଆ ର ବରିଷ୍ଠ ଆଇନ ଜିବି ସୌରଭ( ମୁନା )ପରିଜା, କରଞ୍ଜିଆ ବାର ଆସୋସିଏସନ ର କର୍ମକର୍ତା ସରୋଜ ରାଉଳ, ଏନଜିଓ କର୍ମକର୍ତା, ଶ୍ୟାମଳେନ୍ଦୁ (ମାଧ ) ଦାସ, ଓକିଲ ବିକ୍ରମ ଦତ୍ତ, ସାମ୍ବାଦିକ ଶରତ ତ୍ରିପାଠୀ,ଯୋଗେନ୍ଦ୍ର ପାତ୍ର, ଚକ୍ରଧର ଦାସ,ଶେଖ ରାଜୁ, ହରେକୃଷ୍ଣ ତ୍ରିପାଠୀ, ସମାଜସେବୀ ବସନ୍ତ କୁମାର ପଇବର୍ତ୍ତୀ, ଜ୍ୟୋତ୍ସ୍ନା ପାଣିଗ୍ରାହୀ, ସତ୍ୟବ୍ରତ ମିଶ୍ର, ଲଲାଟେନ୍ଦୁ ପାତ୍ର, ଦିବ୍ୟେନ୍ଦୁ ବେହେରା,ସ୍ଥାନୀୟ ଏସ ଏସ ଡି ବାଳିକା ଓ କସ୍ତୁରବା ଆବାସିକ ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ, ସ୍ଥାନୀୟ +୨,+୩ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ସ୍ଥାନୀୟ ବରିଷ୍ଠ ନାଗରିକ ସଙ୍ଘ ର କର୍ମକର୍ତା ପଦ୍ମଲୋଚନ ନନ୍ଦ ଏବଂ ସରକାରୀ ଅବସର ପ୍ରାପ୍ତ କର୍ମଚାରୀ ମାନେ ଯୋଗ ଦେଇଥିବାବେଳେ, ଥାନା ର ଏସ ଆଇ,ଜୟନ୍ତ କୁମାର ସେଠି, ଏ ଏସ ଆଇ ଅମରେଶ ବାରିକ ଓ ଅନ୍ୟ ପୋଲିସ କର୍ମଚାରୀ ମାନେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।
