ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ପୁଣି ସକ୍ରିୟ ହୋଇଛି ନିଶା କାରବାର, ହେଲେ ଖସିପାରିଲେନି ଅଭିଯୁକ୍ତମାନେ ଡୁଙ୍ଗୁରିପାଲି ପୋଲିସ ଏକ ବଡ଼ ଧରଣର କଫସିରପ୍ ଚୋରାଚାଲାଣ ରାକେଟର ପର୍ଦ୍ଦାଫାସ କରି ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।ଗୁଇନ୍ଦା ସୂଚନା ଆଧାରରେ ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ରାମପୁର ରୋଡ୍ ରେଳ ଫାଟକ ନିକଟରେ ପୋଲିସ ଅଚାନକ ଚଢ଼ାଉ କରିଥିଲା । ଚୋରାଚାଲାଣ ଚାଲିଥିବା ସମୟରେ ହିଁ ପୋଲିସ ଅଭିଯୁକ୍ତମାନଙ୍କୁ କାବୁ କରିନେଇଥିଲା ।ଜବତ ସାମଗ୍ରୀ ଗୁଡିକ ହେଲା୧ କାଟୁନ୍ ନିଶାଯୁକ୍ତ କଫସିରପ୍୪ ଲିଟର ଅପମିଶ୍ରିତ କଫସିରପ୍୧ଟି ବାଇକ୍ ୩ଟି ମୋବାଇଲ୍ ଫୋନ୍ନଗଦ?୮,୦୦୦ଟଙ୍କା ଗିରଫ ଅଭିଯୁକ୍ତ ମାନେ ହେଲେ୧. ରିଜେ ସେଠ୍ (ଡୁଙ୍ଗୁରିପାଲି)୨. ସରୋଜ ଥନାପତି (ଡୁଙ୍ଗୁରିପାଲି)୩. ଶାନ୍ତନୁ ଭୋଇ (ବନ୍ଦପାଳି)ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ସମସ୍ତ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଞ୍ଚଳରେ ନିଶା କାରବାର ବିରୋଧରେ ପୋଲିସର ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି । ପୋଲିସ ଏହି ଭଳି କାର୍ଯ୍ୟାନୁଷ୍ଠାନ ପାଇଁ ଧରାପଡ଼ିଲେ ଏହି ୩ ଅଭିଯୁକ୍ତ ଯା ଏହିଭଳି ନିଶା କାରବାର କରୁଥିବା ମାଫିଆମାନଙ୍କ ପାଇଁ ସତର୍କ ଘଣ୍ଟି ହୋଇଛି ।
