ବାରିପଦା; ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ଭାଲୁ୍ୱସା ଗ୍ରାମରେ ମଙ୍ଗଳବାର ପୂର୍ବାହ୍ନ ୧୧.୩୦ ଟା ସମୟରେ ଘର ପାଖ ଖାଲରେ ପଡ଼ି ଏକ ଦେଢ଼ ବର୍ଷରୁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ଭାଲୁ୍ୱସା ଗ୍ରାମର ସେକ୍ ଆସିକ୍ ର ପରିବାର ଲୋକେ ଘରେ କାମ କରୁଥିବାବେଳେ ତାଙ୍କର ଦେଢ଼ ବର୍ଷରୁ ଶିଶୁ ଘର ଦାଣ୍ଡ ଦୁଆରରେ ଖେଳାଖେଳି କରୁଥିଲା ।ପରେ ଛୁଆଟି ଖେଳି ଖେଳି ଘର ପାଖ ଛୋଟ ଖାଲରେ ପଡ଼ି ଯାଇଥିଲା ।ଲଗାଣ ବର୍ଷା ଯୋଗୁଁ ଖାଲରେ ପାଣି ପୁରାଭର୍ତ୍ତି ହୋଇଥିଲା ।ଘର ଲୋକେ ପରେ ଛୁଆଟିକୁ ଖୋଜା ଖୋଜି କରି ସେହି ଖାଲରୁ ପାଇଥିଲେ ।ତାକୁ ତୁରନ୍ତ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ ।ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ ।ଛୋଟ ପିଲାଟିର ଅଭାବନୀୟ ଦୁଖଦ ମୃତ୍ୟୁ ନେଇ ବାପ ମାଆ ଦୁଃଖରେ ଭାଙ୍ଗିପଡିଛନ୍ତି ।
