ବାରିପଦା: ରାଇରଙ୍ଗପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ସିମାନ୍ତ ତିରିଂ ଥାନା ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବଡଭୁଣ୍ଡୁ ପଞ୍ଚାୟତ, ମାତଖମାଣ୍ଡି ଗ୍ରାମରେ ଘର କାନ୍ଥ ପଡ଼ି ଜନୈକା ମହିଳା ଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ,୫ ଦିନ ହେଲା ଲଗାଣ ବର୍ଷା ଚାଲିଛି ।କଚାଘର ଓ କାନ୍ଥ ଗୁଡିକ ଓଦା ହୋଇ ଦୁର୍ବଳ ହୋଇଯାଇଛି ।ବିଭିନ୍ନ ସ୍ଥାନରେ କଚାଘର ଗୁଡିକ ଭାଙ୍ଗିବା ସହ ଘରର ଆସବାବ ପତ୍ର ନଷ୍ଟ ହୋଇଛି ।ବିଶେଷତଃ ଗରିବ ଲୋକ,ଯେଉଁମାନଙ୍କର କଚାଘର ଅଛି ସେମାନଙ୍କ ଅବସ୍ଥା ୍େୱହାଲ ।ମାତକାଡିହି ଗ୍ରାମ ର ରାମଦାସ ପରିବାରର ଲୋକେ ଖାଇପିଇ ରାତିରେ ଶୋଇଥିଲେ।ଆଜି ମଙ୍ଗଳବାର ଭୋର ଚାରିଟା ସମୟରେ କାନ୍ଥ ଭୁଷୁଡି ଯାଇ ଶୋଇଥିବା ରାମଦାସ ଓ ତାଙ୍କ ସ୍ତ୍ରୀ ଉପରେ ପଡିଥିଲା ।ରାମଦାସ ଶବ୍ଦ ଶୁଣି ପ୍ରାଣ ବିକଳରେ ଦୌଡ଼ି ପଳାଇଥିବା ବେଳେ ତାଙ୍କ ସ୍ତ୍ରୀ ସିଙ୍ଗୋ ମୁର୍ମୁ ଙ୍କ ଉପରେ ପଡ଼ିଯାଇଥିଲା ।ସେ ଗୁରୁତରହୋଇଥିଲେ ।ଖବର ପାଇ ତିରିଂ ଅଗ୍ନିଶମ ବିଭାଗ ଓ ତିରିଂ ପୋଲିସ ତାଙ୍କୁ ଉଦ୍ଧାର କରି ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ ।ସେଠାରେ ମହିଳାଙ୍କ ମୃତ୍ୟୁ ହୋଇଥିବା ର ଡାକ୍ତର ଘୋଷଣା କରିଥିଲେ ।ପୋଲିସ ଏକ ଅପମୂତ୍ଯୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା କରିଛି ।ସିଙ୍ଗୋ ମୁର୍ମୁ ର ଅକାଳ ମୃତ୍ୟୁରେ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଚ୍ଛି ।
