ବାରିପଦା ; ଚାରିଦିନ ହେଲା ଲଗାଣ ବର୍ଷା ଯୋଗୁଁ ୍ୱିଜାତଳା ତହସିଲ ଅଞ୍ଚଳରେ ନାହିଁ ନଥିବା କ୍ଷତି ହୋଇଛି ।ପାଣି ସୁଅରେ ଜଣେ ଖବର କାଗଜ ବିକାଳିଙ୍କର ଏବେ ବି ଖୋଜ ଖବର ମିଳିନି । ବିଜାତଳା ତହସିଲ ଅନ୍ତର୍ଗତ ମାଣିକପୁର ପଞ୍ଚାୟତର ବନ୍ଧ ଗାଁର ବାଲେୟା ମୁଣ୍ଡାଙ୍କ ଘର ସୋମବାର ରାତିରେ ଭୁଷୁଡିଯିବା ସହ ଆସବାବ ପତ୍ର ନଷ୍ଟ ହୋଇଯାଇଛି ।

ପରିବାରର ୭ ଜଣ ଏବଂ ଗୋରୁଗାଈ ଛେଳି ଖୋଲା ଆକାଶ ତଳେ ଦିନ କାଟୁଛନ୍ତି । ମୁଣ୍ଡ ଗୁଞ୍ଜିବାକୁ ଜାଗା ନନାହିଁ ।ବିଜାତଳା ତହସିଲଦାର ଏବଂ ବିଡ଼ିଓ ତୁରନ୍ତ ଏଥିପ୍ରତି କିଛି ନା କିଛି ସହାୟତା ବ୍ୟବସ୍ଥା କରିବାକୁ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି ।
