ଭୁବନେଶ୍ୱର: ରାଜ୍ୟ ବଲ୍ ବ୍ୟାଡମିଣ୍ଟନ ଆସୋସିଏନ ପକ୍ଷରୁ ୩୧ତମ ସଜୁନିଅର ଓ ୩୪ତମ ସିନିଅର ରାଜ୍ୟସ୍ତରୀୟ
ବଲ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଯାଗମରା ଖେଳପଡିଆଠାରେ ଅନୁଷ୍ଠିତ ହେଉଛି ।

ରବିବାର ୩ୟ ଦିନରେ ସିନିଅର ବାଳିକା ବିଭାଗରେଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଏହି ଖେଳରେ ଝାରସୁଗୁଡା ଦଳ ଚାମ୍ପିୟନ ହୋଇଥିବା ବେଳେ କନ୍ଧମାଳ ବାଳିକା ଦଳ ଦ୍ୱିତୀୟ ଅଧିକାର କରି ରନର୍ସ ଅପ୍ ହୋଇଛନ୍ତି ।

ସେହିଭଳି ୩ୟ ସ୍ଥାନରେ ଢେଙ୍କାନାଳ, ୪ର୍ଥ ସ୍ଥାନରେ ଗଞ୍ଜାମ, ୫ମ ସ୍ଥାନରେ ଭୁବନେଶ୍ୱର, ୬ଷ୍ଠ ସ୍ଥାନରେ ଯାଜପୁର, ୭ମ ସ୍ଥାନରେ ଭଦ୍ରକ ଏବଂ ୮ମ ସ୍ଥାନରେ କେନ୍ଦୁଝର ଦଳ ରହିଛନ୍ତି ।

ସେହିପରି ବେଷ୍ଟ ଖେଳାଳୀ ଭାବେ କନ୍ଧମାଳର ମଜୟନ୍ତୀ ମଲ୍ଲିକ, ଜୟଶ୍ରୀ ମଲ୍ଲିକ, ବିଜୟଲକ୍ଷ୍ମୀ ଦାସ, (ଝାରସୁଗୁଡାର), ପ୍ରତ୍ୟୁଷା ଏ.ଡି. ପରିଡା (ଝାରସୁଗୁଡା), ଢେଙ୍କାନାଳର ସୂର୍ଯ୍ୟକାନ୍ତିସାହୁ, ଗଞ୍ଜାମର ଅର୍ପିତା ଜେନା, ଭୁବନେଶ୍ୱର ସନ୍ତୋଷୀ ନନ୍ଦ, କେନ୍ଦୁଝରର ପୂଜାରିଣୀ ବେହେରା, ଯାଜପୁରର ସରସ୍ୱତୀ ପଣ୍ଡା ଓ ଭଦ୍ରକରମନୋଲିସା ସାହୁ ପ୍ରମୁଖ ପୁରସ୍କୃତ ହୋଇଛନ୍ତି ।

ଆଜିର ପୁରସ୍କାର ବିତରଣ ଉତ୍ସବରେ ସ୍ଥାନୀୟ ଯୁବକସଂଘର କର୍ମକର୍ତ୍ତା, ବଲ୍ ବ୍ୟାଡମିଣ୍ଟନ ଆସୋସିଏସନ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ସୋମବାର ୪ର୍ଥ ତଥା ଅନ୍ତିମ ଦିନରେ ବରିଷ୍ଠ ବାଳକ ବିଭାଗର ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥରେ ବଲ୍ ବ୍ୟାଡମିଣ୍ଟନ ଆସୋସିଏସନର ସଭାପତି ଡ. ନାରାୟଣ ପାତ୍ର, ଉପସଭାପତି ପ୍ରଦ୍ୟୁମ୍ନ ମିଶ୍ରଙ୍କ ସହ ସମ୍ପାଦକ ପ୍ରଣୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିବେ ।
