ବ୍ରହ୍ମପୁର : ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆ ପଦର ନୁଆ ବସ୍ ଷ୍ଟାଣ୍ଡ ନିକଟରେ ଥିବା ହୁଣ୍ଡାଇ କାର୍ ସୋରୁମ୍ ଅଗ୍ନିକାଣ୍ଡ କ୍ଷ ଯାହା ଫଳରେ ଭିତରେ ଥିବା କିଛି କାର୍ ଓ ସ୍ପେର୍ ପାର୍ଟ୍ସ ଓ ବହୁ ଦାମିକା ଆସବାବପତ୍ର ସମେତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜଳି ଯାଇଥିବା ଜଣାପଡିଛି। ଖବର ଅନୁଯାୟୀ ଆଜି ସକାଳ ସମୟରେ କେଉଁ କାରଣରୁ ହଠାତ ସୋରୁମରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଅଗ୍ନିଶମ ବିଭାଗ ର ପ୍ରାୟ ୧୦ ଟି ଗାଡ଼ି ଓ ବିଭିନ୍ନ ନିଆଁ ଲିଭେଇବା ଯନ୍ତ୍ର ପହଞ୍ଚି ଦୀର୍ଘ ସମୟ ଧରି ନିଆଁ ଲିଭେଇବା ପାଇଁ ଚେଷ୍ଟା କରିଥିଲେ।ବହୁ ସମୟ ଧରି ନିଆଁ ଲାଗିଥିବା ବେଳେ ନିଆଁ ଆୟତ ହେବାରେ ମଧ୍ୟ ଦୀର୍ଘ ସମୟ ଲାଗିଥିଲା କ୍ଷ ତେବେ କେଉଁ କାରଣରୁ ଉକ୍ତ ସୋରୁମରେ ଭୟବାହ ଅଗ୍ନିକାଣ୍ଡ ଘଟିଛି ତାହା ଖବର ଲେଖା ସୁଦ୍ଧା ସ୍ପଷ୍ଟ ହୋଇନାହ।
