ନୀଳଗିରି; ବରହମପୁର ଥାନା ଅଧୀନ ଗୋହିରା ଛକରେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣାରେ ଗୋଟିଏ ଷଣ୍ଢ ପ୍ରାଣ ହରାଇଥିବା ବେଳେ ଗୋଟିଏ ଗାଇ ଚିକିତ୍ସାଧୀନ ଅବସ୍ଥାରେ ରହିଛି।ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଓଡି୦୨-ଏବି-୭୧୪୧ ନମ୍ବର ବିଶିଷ୍ଟ ଏକ କା?ର୍ ବାଲେଶ୍ୱରରୁ କପ୍ତିପଦା ଅଭିମୁଖେ ଯାଉଥିବା ସମୟରେ ବେପରୁଆ ଗାଡି ଚାଳନା କରି ଶେରଗଡ-ଝରଣଘାଟୀ ୧୯ ନଂ ରାଜ୍ୟ ରାଜପଥର ଗୋହିରା ଛକରେ ଦୁଇଟି ଗୋରୁଙ୍କୁ ଧକ୍କା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା।ଯେଉଁଥିରେ ଗୋଟିଏ ଗୋରୁର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଗୋରୁଟିକୁ ଗୁରୁତର ଅବସ୍ଥାରେ ବାମପଦା ଗୋଶାଳାରେ ଚିକିତ୍ସିତ କରାଯାଉଛି।ସ୍ଥାନୀୟ ଯୁବକଙ୍କ ସହାୟତାରେ ଗାଡି ଓ ଗାଡିଚାଳକଙ୍କୁ ଛତ୍ରପୁର ଛକ ନିକଟରେ କାବୁ କରାଯାଇ ବରହମପୁର ପୋଲିସକୁ ହସ୍ତାନ୍ତର କରାଯାଇଥିଲା।ହେଲେ ଉକ୍ତ ଗାଡିର ଇନ୍ସ୍ୟୁରାନ୍ସ ଓ ପଲ୍ୟୁସନ ନଥିବା ବେଳେ ପୋଲିସ ଅଧିକାରୀ ଉକ୍ତ ଗାଡିଟିକୁ କିପରି ଛାଡିଦେଲେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏ ନେଇ ବରହମପୁର ଏସ୍?ଆଇ ମନୋରଞ୍ଜନ ପୁହାଣଙ୍କୁ ପଚାରିବାରୁ ଆପୋସି ବୁଝାମଣା ହେବାରୁ ଗାଡିଟିକୁ ଛାଡି ଦେଇଥିବା କହିଛନ୍ତି।ତେବେ ଯେତେବେଳେ ଗୋଟିଏ ଗାଡିରେ ଗୋଟେ ଜୀବର ଜୀବନ ଯାଉଛି ପୋଲିସ କିପରି କୌଣସି କାର୍ଯ୍ଯନୁଷ୍ଠାନ ନ ନେଇ ଆପୋସି ବୁଝାମଣାରେ ଗାଡି ଛାଡୁଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି
