କାକଟପୁର : ପୁରୀ ଜିଲ୍ଲା ନିମାପଡା ଅବକାରୀ ଥାନା ପୁଲିସକୁ ସଫଳତା ମିଳିଛି। ୨୦ଲକ୍ଷରୁ ଉର୍ଦ୍ଧ ଟଙ୍କାର ଧଳା ଜହର ଜବତ ହୋଇଛି। ଅବକାରୀ ପୁଲିସ ଏହି ଘଟଣାରେ ଜଣକୁ ଗିରଫ କରିଛି। ଗିରଫ ଯୁବକ ଜଣକ କାକଟପୁର ବ୍ଲକ ରସୁଲପୁର ଅଂଚଳର ଏସ କେ ସାହିଲ (୨୮) । ତେବେ ଏସ କେ ସାହିଲ ଙ୍କ ନିକଟରୁ ୨୦୫ ଗ୍ରାମର ଧଳା ଜହର ଜବତ କରିଛି ଅବକାରୀ ବିଭାଗ।ବିଶେଷସୂତ୍ରରୁ ଖବର ପାଇଁ ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଧେଶକ୍ରମେ ନିମାପଡା ଅବକାରୀ ଥାନା ଅଧିକାରୀ ଶ୍ରୀ ଯୁକ୍ତ ପ୍ରଭାକର ସେଠୀ ଙ୍କ ନେତୃତ୍ୱରେ ଏକ ଟିମ୍ ସୋମବାର ଦିନ କାକଟପୁର ମେଡିକାଲ ଛକ ଓ ୟୁକୋ ବ୍ୟାଙ୍କ ନିକଟ ଏକ ସ୍ଥାନରେ ଚଢ଼ାଉ କରି ଏସ କେ ସାହିଲ (୨୮)ଙ୍କୁ ଗିରଫ କରି ଧଳା ଜହର ଜବତ କରିବାରେ ସକ୍ଷମ ହୋଇଛନ୍ତି।ଏସ କେ ସାହିଲ ଙ୍କ ନିକଟରୁ ୨୦୫ଗ୍ରାମ ଧଳା ଜହର ଜବତ କରିଥିବା ବେଳେ ଯାହାର ଆନୁମାନିକ ମୂଲ୍ୟ ୨୦ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଇଛି। ଏହା ସହ ଅଭିଯୁକ୍ତ ଠାରୁ ଏକ ସ୍ମାଟ ଫୋନ, ଏକ ଟିଭିଏସ ଆପାଚ ଗାଡି (ଓଆର ୧୩ ଜି ୪୭୬୦)ସହ ୮ଶହ ଟଙ୍କା ଜବତ କରିଥିଲା ଅବକାରୀ ପୋଲିସ।ଏ ନେଇ ଅବକାରୀ ଥାନା କେଶ ନମ୍ବର ୦୨/୨୬-୨୭ରେ ଏନ.ଡ଼ି.ପି.ଏସ ମାମଲା ରୁଜୁ କରି କୋର୍ଟ ଚାଲଣ କରି ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପକାରାଗାର କୁ ପଠାଯାଇଛି। ଯାହାକି ସୂଚନା ଦେଇଛନ୍ତି ନିମାପଡା ଅବକାରୀ ଥାନା ଅଧିକାରୀ ଶ୍ରୀଯୁକ୍ତ ପ୍ରଭାକର ସେଠୀ । ଏହି ସ୍ୱତନ୍ତ୍ର ଚଢ଼ାଉ ସମୟରେ ଅବକାରୀ ଥାନା ନିମାପଡା ଓ କୋଣାର୍କ ଅଂଚଳର ଅଧିକାରୀ ପ୍ରମୁଖ ସାମିଲ ଥିଲେ। ଏହି କାରବାର ସହ ଅନ୍ତଃରାଜ୍ୟ ରାକେଟ କାମ କରୁଥିବା ଚର୍ଚ୍ଚା ହେଉଛି। ଧରା ପଡ଼ିଥିବା ଅଭିଯୁକ୍ତ ମାନେ ବାରମ୍ବାର ଏପରି ଅପରାଧ ଭିଆଇ ସହଜରେ ମୁକୁଳି ଯାଉଥିବାରୁ ଦିନକୁ ଦିନ ଅପରାଧ ବଢିବାରେ ଲାଗିଥିବା କଥା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।
