ପୁରୀ: ଶ୍ରାବଣ ମାସ ପୂର୍ଣ୍ଣିମା ଗୁରୁବାର ପବିତ୍ର ରକ୍ଷାବନ୍ଧନ। ପୁରୀ ଦତ୍ତତୋଟା ସ୍ଥିତ ଉତ୍କଳ ବଚପନ ସ୍ଲୁଲରେ ରକ୍ଷାବନ୍ଧନ ଉତ୍ସବ ଆନନ୍ଦ ଉଲ୍ଲାସର ସହ ମହାସମାରୋହରେ ପାଳିତ ହୋଇଯାଇଛି । ସ୍ଲୁଲର ପରଚାଳନା ନିର୍ଦ୍ଦେଶକ ପ୍ରଦ୍ୟୁମ୍ନ ମିଶ୍ରଙ୍କ ତତ୍ତ୍ୱାବଧାନରେ ସ୍ଲୁଲର କୁନି କୁନି ଛାତ୍ରଛାତ୍ରୀଙ୍କ ରକ୍ଷାବନ୍ଧନ ଉତ୍ସବରେ ଭାଇ ହାତରେ ଭଉଣୀ ରାକ୍ଷୀବାନ୍ଧି ତା’ର ସୁରକ୍ଷା କାମନା ସମେତ ଭଗବାନଙ୍କ ନିକଟରେ ଭାଇର ଦୀର୍ଘାୟୁ କାମନା କରିଥିଲେ । ନର୍ସରୀ ଠାରୁ ଷ୍ଟାଣ୍ଡାର୍ଡ ଫାଇଭ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ରକ୍ଷାବନ୍ଧନରେ କୁନି କୁନି ଛାତ୍ରୀ ସ୍ଲୁଲର ଛାତ୍ରଙ୍କୁ ପ୍ରଥମେ ଚନ୍ଦନ, ସିନ୍ଦୁର ଅରୁଆ ଚାଉଳ ମୁଣ୍ଡରେ ଲଗାଇବା ପରେ ଫୁଲ ପକାଇ ସ୍ୱାଗତ କରି ଡାହାଣ ହାତରେ ରାକ୍ଷୀ ବାନ୍ଧି ପୂଜାର୍ଚ୍ଚନା କରିଥିଲେ । ରାକ୍ଷୀ ବାନ୍ଧିବା ପରେ ମିଠା ଖୁଆଇ ଶୁଭମନାସୀ ଦୀର୍ଘାୟୁ କାମନା କରିଥିଲେ । ସେହିପରି କୁନି କୁନି ଛାତ୍ର ମଧ୍ଯ ଛାତ୍ରୀ ମାନଙ୍କୁ ମିଠା ଖୁଆଇ ଭଉଣୀର ଶୁଭମନାସୀ ସୁରକ୍ଷା କବଚ ହେବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ । ଏହି ନିଆରା ଦୃଶ୍ଯ ବେଶ ଆନନ୍ଦ ଓ ଉତ୍ସାହିତ ପରିବେଶ ସୃଷ୍ଟି ହୋଇଥିଲା । ରାକ୍ଷୀରେ ମୟୂର ପୁଚ୍ଛରୁ ହୋଇଥିବା ଜଗନ୍ନାଥ ରାକ୍ଷୀ ଏବଂ ଧାନ ଓ ଅରୁଆ ଚାଉଳରୁ ଜଗନ୍ନାଥ ରାକ୍ଷୀ। ସେହିପରି ମୋଟୁପତଲୁ ରାକ୍ଷୀ, ଲାଇଟ ରାକ୍ଷୀ, ସୂତା, ବ୍ରେସଲେଟ, ମୋ ଭାଇ ବ୍ରେସଲେଟ, ଆମେରିକାନ ଡାଇମଣ୍ଡ, ଷ୍ଟୋନ ରାକ୍ଷୀ, ଷ୍ଟୋନ, ଫ୍ଯାନସି,ଲାଜଟ୍?ମ୍ୟାଜିକ୍, ହ୍ୱାଟସ୍?ପ୍ ରାକ୍ଷୀ, ଫେସବୁକ୍ ରାକ୍ଷୀ, କଲିକତା ଲୁମ୍ବା, ଦିଲୀ ଲୋରା, ବମ୍ବେର ବ୍ରେସଲେଟ, ଡ଼ୋରି, ଫଟୋ ପ୍ରିଣ୍ଟ ରାକ୍ଷୀ,କିଡସ ସୂତା ରାକ୍ଷୀ,ଜଗନ୍ନାଥ ରାକ୍ଷୀ, ଡୋରି ଆଦି ରାକ୍ଷୀକୁ ଛାତ୍ରୀମାନେ ଆନନ୍ଦ ସହ ଛାତ୍ର ମାନଙ୍କୁ ବାନ୍ଧିବା ଦୃଶ୍ଯ ବେଶ ଭାବପୂର୍ଣ୍ଣ ହୋଇଥିଲା । ଚନ୍ଦନ ସିନ୍ଦୁର, ଫୁଲ, ମିଠେଇ ଓ ସବୁ ରାକ୍ଷୀକୁ ସ୍ଲୁଲ ପକ୍ଷରୁ ପ୍ରସ୍ତୁତ କରାଯାଇଥିଲା । ସ୍ଲୁଲର ପ୍ରିନସିପାଲ ରୀନା ରାୟ ରକ୍ଷାବନ୍ଧନ ଉତ୍ସବକୁ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ରାଜକୁମାରୀ କୁଣ୍ଡୁ, ସୁପ୍ରଭା ମହାନ୍ତି, କବିତା ଦାସ, ମୀନାରାଣୀ ବିଶ୍ୱାଳ ଉତ୍ସବରେ ସହଯୋଗ କରିଥିଲେ । ଶେଷରେ ପ୍ରିନସିପାଲ ରୀନା ରାୟ ରକ୍ଷାବନ୍ଧନ ଉତ୍ସବର ଶୁଭକାମନା ଓ ଶୁଭେଚ୍ଛା ଅଭିଭାବକ ଓ ଅଭିଭାବିକା ସମେତ ଛାତ୍ରଛାତ୍ରୀଙ୍କୁ ଜଣାଇବା ସହ ପିଲାମାନଙ୍କୁ ଭାଇଭଉଣୀ ର ପବିତ୍ର ସମ୍ପର୍କ ରେଶମ ଡୋରୀ ରକ୍ଷାବନ୍ଧନ ଏକ ନିଆରା ପବିତ୍ର ଉତ୍ସବ କହିବା ସହ ସେମାନଙ୍କ ଦୀର୍ଘାୟୁ କାମନା ଓ କ୍ଯାରିୟର ନିଶ୍ଚିତ ଆଗକୁ ଯିବ ବୋଲି ମତବ୍ୟକ୍ତ କରିଥିଲେ ।
