ଆସିକା: ଗଞ୍ଜାମ ଜିଲ୍ଲା ଆସିକା ସହର ଉପକଣ୍ଠ ମୂଖ୍ୟ ଡାକଘର ସୁପିରିଟେଣ୍ଡଟଂ କାର୍ଯ୍ୟାଳରେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟଣା ଘଟିଥିବା ବେଳେ ନିଆଁରେ ମୂଲ୍ୟବାନ ସରକାରୀ ନଥିପତ୍ର ଓ ଲକ୍ଷାଧିକ ଟଙ୍କାର ଆସବାପତ୍ର ଜଳିଥିବା ଜଣାପଡିଛି । ଏହି ଡାକଘରର ଦ୍ୱିତୀୟ ମହଲାରେ ନିଆଁ ଲାଗିଥିବା ବେଳେ ନିଆଁ ତଳ ମହଲାକୁ ବ୍ୟାପିବାର ଆଶଙ୍କା ରହିଛି । ସଂଧ୍ୟା ୫ ଘଟଂ ଠାରୁ ଏହି ଅଗ୍ନିକାଣ୍ଡ ଘଟିବା ଆରମ୍ଭ ହୋଇଥିବା ବେଳେ ଖବର ଲେଖା ପର୍ଯ୍ୟନ୍ତ ନିଆଁକୁ ଆୟତ କରିବାରେ ଉଦ୍ୟମ ଜାରିରହିଛି । ଏହି ନିଆଁକୁ ଆୟତ କରିବା ପାଇଁ ଆସିକା, ଧରାକୋଟ, ଶେରଗଡ ଏବଂ କବିସୂର୍ଯ୍ୟନଗର ବ୍ଲକର ଅଗ୍ନିଶମ ବିଭାଗ ପହଁଚି ଥିବା ବେଳେ ଘଟଣା ସ୍ଥ୍?ଳରେ ଆସିକା ପୋଲିସ ଉପଖଣ୍ଡ ଅଧିକାରୀ, ଆସିକା ଥାନା ଅଧିକାରୀ ଏବଂ ପ୍ରାୟ ଦୁଇ ପ୍ଲାଟୁନ ପୋଲିସ ଘଟଣା ସ୍ଥଳରେ ମୂତୟନ ହୋଇଥିବା ସୂଚନା ରହିଛି ।

ଅଗ୍ନିକାଣ୍ଡର ପ୍ରକୋପ ବ୍ୟାପକ ଥିବା ଯୋଗୁଁ ନିଆଁ ଚାରିଆଡେ ବ୍ୟାପି ଡାକ କାର୍ଯ୍ୟାଳୟର ଅନେକ ମୂଲ୍ୟବାନ ନଥିପତ୍ର ସହ ଆସବା ପତ୍ର ଜଳି ପୋଡି ପାଉଁଶ ହୋଇଥିବା ସୂଚନା ମିଳିଛି । ଏହି ଡାକଘର ଉପଖଣ୍ଡ କାର୍ଯ୍ୟାଳୟ ଅଧିନ ଦୁଇଟି ହେଡ ଅଫିସ ଆସିକା ଓ ଭଞ୍ଜନଗର ରହିଥିବା ବେଳେ ପ୍ରାୟ ୪୫ ଟି ସବ-ପୋଷ୍ଟ ଅଫିସ ଏବଂ ୨୮୬ ଟି ବ୍ରାଚଂ ପୋଷ୍ଟ ଅଫିସ ରହିଛି । ଏହି ଅଫିସରେ ସୁପିରିଟେଣ୍ଡଟଂ ଭାବେ ଲେପ୍ଟନାଟଂ କର୍ଣ୍ଣେଲ ଦିଲ୍ଲିପ କୁମାର ବେହେରା କାର୍ଯ୍ୟରତ ରହିଥିବା ବେଳେ ସିଷ୍ଟମ ମ୍ୟାନେଜର ସମେତ ପ୍ରାୟ ୨୦ ରୁ ଅଧିକ କର୍ମଚାରୀ କାର୍ଯ୍ୟରତ କରୁଛନ୍ତି । ଏହି ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଆଡମିନ୍?ଷ୍ଟ୍ରେସନ ଅଫିସ ଜଳିପୋଡି ପାଉଁଶ ହୋଇଥିବା ପ୍ରତିକ୍ରିୟା ମିଳିଛି ।
