କନ୍ଧମାଳ :ସାମାଜିକ ସହାୟତା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ଯୋଗାଇ ଦେବାକୁ ସରକାର ନିୟମ କରିଛନ୍ତି। ଏପରିକି ଭିନ୍ନକ୍ଷମ ପ୍ରମାଣ ପତ୍ର ଆଣିବାରେ ଯିବା ଆସିବାକୁ ଅସମର୍ଥ ଭିନ୍ନକ୍ଷମ ଙ୍କ ଘରକୁ ଯାଇ ପରୀକ୍ଷା ନିରୀକ୍ଷା କରି ପ୍ରମାଣ ପତ୍ର ଯୋଗାଇ ଭତ୍ତା ଦେବା ବ୍ୟବସ୍ଥା କରିଛନ୍ତି। କିନ୍ତୁ ବିଭାଗୀୟ ଅଧିକାରୀ ଙ୍କ ଇଛା ଶକ୍ତି ଅଭାବ ଅବହେଳା ଯୋଗୁଁ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଲୁଇସିଂ ପଞ୍ଚାୟତ ଅନ୍ତର୍ଗତ ରାଇଗୁଡ଼ା ଗ୍ରାମର ନନ୍ଦୁ ଦିଗାଲ ବୟସ (୧୨) ଏବେ ସେ ସମ୍ପୁର୍ଣ୍ଣ ଚଲା ବୁଲା ସହିତ କଥାବାର୍ତ୍ତା ମଧ୍ୟ ହୋଇ ପାରୁନାହାନ୍ତି। ଦୀର୍ଘ ବର୍ଷ ଧରି ବିଛଣାରେ ପଡି ରହିଛି। ଅଜଣା ରୋଗରେ ଆକ୍ରାନ୍ତ ହୋଇ ଘରେ ପଡ଼ି ରହିଛି। ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇଁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଯାଇଥିଲେ ସେଠାରେ ଡ଼ାକ୍ତର କିଛି ନ ଦେଖି ଭିନ୍ନକ୍ଷମ ସାର୍ଟିଫିକେଟ ଦିଆଯିବ ନାହିଁ ବୋଲି କହିଥିଲେ। ଶେଷରେ ନିରାଶ ହୋଇ ନିଜ ଘରକୁ ଫେରି ବିଛଣାରେ ଜୀବନ ବିତାଉଛନ୍ତି।ଭିନ୍ନକ୍ଷମ ପ୍ରମାଣ ପତ୍ର ନାହିଁ ବୋଲି ନନ୍ଦୁ ଦିଗାଲ ଙ୍କୁ ସାମାଜିକ ସହାୟତା ଯୋଜନାରୁ ବଞ୍ଚିତ ରହିଛନ୍ତି। ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ନନ୍ଦୁ ଦିଗାଲ ଙ୍କୁ ଚିକିତ୍ସା କରି ଭିନ୍ନକ୍ଷମ ପ୍ରମାଣ ପତ୍ର ସହ ଭିନ୍ନକ୍ଷମ ଭତ୍ତା ଯୋଗାଇ ଦେବାକୁ ବୃଦ୍ଧି ଜିବୀ ମହଳରୁ ଦାବି କରିଛନ୍ତି।
