କନ୍ଧମାଳ: କ.ନୂଆଗାଁ କାର୍ଯ୍ୟାଳୟ ପକ୍ଷରୁ ଗାନ୍ଦ୍ରିଗାଁ ବନାଞ୍ଚଳ ପଞ୍ଚାୟତ ରମାକାନୁ ପରିସରରେ ବନାଞ୍ଚଳ ଅଧୂକାରୀ କହଁରଙ୍କ ଅଧ୍ୟକ୍ଷତାରେ ବନାଞ୍ଚଳ ସ୍ୱରୀୟ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଗାନ୍ଦ୍ରିଗାଁ ପଞ୍ଚାୟତ ସରପଞ୍ଚ ମନିଷା ପ୍ରଧାନ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶ୍ୱ ବ୍ରହ୍ମାଣ୍ଡରେ ପୃଥ?ିବୀ ଏକ ମାତ୍ର ଜୀବସତ୍ତା ରହିଛି, ଯାହାର ସୁରକ୍ଷା ଅପରିହାର୍ଯ୍ୟ ତାହା କେବଳ ସମ୍ଭବ ନୂତନ ଜଙ୍ଗଲ ସୃଷ୍ଟି କରିବା ନିତାନ୍ତ ଆବଶ୍ୟକ ବୋଲି କହି ଥିବା ବେଳେ ବନାଞ୍ଚଳ ଅଧୂକାରୀ ଶ୍ରୀ କହଁର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବତାରଣା କରିବା ସହ ବନାଞ୍ଚଳର ସାମଗ୍ରିକ ବିକାଶ ଓ ପରିବେଶ ସୁରକ୍ଷା ପାଇଁ ବନୀକରଣ ନିମନ୍ତେ ଗୁରୁତ୍ୱ ଦେବା ପାଇଁ ଉପସ୍ଥିତ ସମସ୍ତଙ୍କୁ ସଚେତନ କରିଥିଲେ। ଏହା ପରେ ପଞ୍ଚାୟତ ପରିସର ସହିତ ବିଭିନ୍ନ ସ୍ଥାନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସାମିଲ କରି ବୃକ୍ଷ ରୋପଣ କରିଥିଲେ।ଉକ୍ତି ସମସ୍ତ କାର୍ଯ୍ୟ କ୍ରମରେ କ.ନୂଆଗାଁ ବନପାଳ ଶୁଶାନ୍ତି କୁମାର ବୈଶାଖୀ,ସାରଙ୍ଗ ଗଡ ବନ ପାଳ ଅରୁଣ କୁମାର ଦାସ,ଧରମ ପୁର ବନପାଳ ସନ୍ତୋଷ କୁମାର ସେନାପତିଙ୍କ ସମେତ ସମସ୍ତ ବନରଖ୍ ଓ କର୍ମଚାରୀ ଗଣ ସହଯୋଗ କରିଥିଲେ। ଏଥିରେ ବନ ସୁରକ୍ଷା ସମିତିର କର୍ମକର୍ତ୍ତା ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ଶତାଧୂକ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ।
