ପୁରୀ : ବେଟ୍ରିକ୍ସ ଉଚ୍ଚ ବିଦ୍ୟାଳୟ ପରିସରରେ ପିଲାଙ୍କ ଖବର କାଗଜ ଶିଶୁ ସମାଚାରର ଉନ୍ନବିଂଶ ସ୍ୱନକ୍ଷେତ୍ର ଉତ୍ସବ ପରିପ୍ରେକ୍ଷୀରେ ବିଦ୍ୟାଳୟ ସ୍ତରୀୟ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ପୌର ସଦସ୍ୟା ସରସ୍ୱତୀ ପାତ୍ର ଯୋଗ ଦେଇ କାର୍ଯ୍ୟକ୍ରମର ସୁଭାରମ୍ଭ କରି ପିଲାମାନଙ୍କୁ ଯୋଗର ଉପକାରିତା ସମ୍ବନ୍ଧରେ ସଚେତନର ବାର୍ତ୍ତା ଦେଇ କହିଲେ ସୁସ୍ଥ ରହିବାର ମୂଳମନ୍ତ୍ର ଯୋଗ କେବଳ ଏହାକୁ ପ୍ରତିଯୋଗିତା ମଧ୍ୟରେ ସୀମିତ ନରଖି ନିତ୍ୟ ଯୋଗ କରିବା ଉଚିତ୍ । ଅନ୍ୟତମ ଅତିଥି ଭାବେ ଶିଳ୍ପ ଉଦ୍ଦ୍ୟୋଗୀ ଯୋଗଗୁରୁ ରମା ବଲ୍ଲଭ ମହାପାତ୍ର ଯୋଗ ଦେଇଥିଲେ।

ଏହି ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟରୁ ବହୁ ଯୋଗ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ବିଚାରକ ଭାବେ ଯୋଗଗୁରୁ ଆଲୋକ କୁମାର ସ୍ୱାଇଁ ଏବଂ ଯୋଗଗୁରୁ ବିଥିକା ମହାନ୍ତି ଯୋଗ ଦେଇଥିଲେ । ପ୍ରାରମ୍ଭରେ କାର୍ଯ୍ୟକ୍ରମକୁ ପରିବାର ସଦସ୍ୟ ଡ. ଶଶିକାନ୍ତ ରଥ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶିଶୁ ସମାଚାରର ସଂପାଦଙ୍କ ସୁକାନ୍ତ ପଣ୍ଡା କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିବା ସହ ୨୧ ଜୁନ୍ ରବିବାର ସକାଳ ୮ ଘଟିବା ସମୟରେ ଓଡ଼ିଶା ସଂଗୀତ ପରିସଦରେ ବକ୍ତୃତା ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସୂଚନା ଦେବା ସହ ଆସନ୍ତା ଅଗଷ୍ଟ ୮ ତାରିଖରେ ପୌରସଦନରେ ହେବାକୁ ଥିବା ସ୍ୱନକ୍ଷେତ୍ର ଉତ୍ସବରେ କୃତି ପ୍ରତିୟୋଗିଙ୍କୁ ପୁରସ୍କୃତ କର ଯିବ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଡ. ସ୍ନେହଲତା ରଥ, ବନିତା ଦୀକ୍ଷିତ୍ ଓ ଓମ୍ ପ୍ରଧାନ ସହଯୋଗ କରିଥିଲେ । ଶେଷରେ ସମାଜସେବୀ ଉମେଶ ଦାସ୍ ଧନ୍ୟବାଦ ପ୍ରଦାନ କରିଥିଲେ ।
