କଳାହାଣ୍ଡି: ପ୍ୟାରିଲାଲ ଦୁର୍ଗା କଳାହାଣ୍ଡି ସୀମାନ୍ତ ନୂଆପଡା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ବୋଲଧା ନିକଟ ବିଜୁ ଏକ୍ସପ୍ରେସ ୱେ ରେ କାର ଦୁର୍ଘଟଣା ଗ୍ରସ୍ତ ହେବାରୁ ଜଣଙ୍କର ଘଟଣାସ୍ଥଳ ରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ତିନି ଜଣ ଆହତ ହୋଇ ଚିକିତ୍ସାଧୀନ ଥିବା ଜଣା ପଡିଛି।ପ୍ରାପ୍ତ ଖବର ଅନୁଯାଇ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ତମ୍ବାଛଡା ଗ୍ରାମର ତପନ ପାତ୍ର ଓ ତାଙ୍କ ଭାଇ ସପନ ଖଇରପଦର ଗ୍ରାମର ଚନ୍ଦନ ପାତ୍ର ଓ କୋକସରା ଥାନା ଅନ୍ତର୍ଗତ ଝାରକୁମୁଡାମାଲ ଗ୍ରାମର ସ୍ମରଣ ପଣ୍ଡା ଙ୍କ ସହ ମିଶି ଗୋଟିଏ କାର ଯୋଗେ ଧର୍ମଗଡ଼ ଠାରୁ ରାଇପୁର ଅଭିମୁଖେ ବାହାରିଥିଲେ। ତେବେ ଭାରସାମ୍ୟ ହରେଇ କାର ଟି ବୋଲଧାମାଳ ଠାରେ ଦୁର୍ଘଟଣାଗ୍ରସ୍ତ ହେବାଫଳରେ ତପନ ଙ୍କ ଘଟନାସ୍ଥଳରେ ମୃତ୍ୟୁ ଘଟିଥିବା କୁହାଯାଉଥିବାବେଳେ ଅନ୍ୟ ତିନିଜଣ ଆହତ ହୋଇଥିଲେ। ସ୍ଥାନୀୟ ଜନସାଧାରଣ ଙ୍କ ସହଯୋଗରେ ସେମାନଙ୍କୁ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତିକରାଯାଇଥିଲା।ସେଠାରେ ଡାକ୍ତର ତପନ କୁ ମୃତ ଘୋଷଣା କରିଥିବାବେଳେ ଅନ୍ୟ ତିନି ଜଣଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଥିଲା। ଖବର ପାଇ ବୋଡ଼େନ ପୋଲିସ କୋମନା ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
