ବାଲିଗୁଡା : ତିନି ସିନ୍ଧି ଚୋର ଠାରୁ ୪ ଟି ସୁନା ର ମଙ୍ଗଳସୂତ୍ର ର ଫୁଲ,ଗୋଟିଏ ସୁନା କାନର,ରୁପା ମୁଦି ୯ ଟି,ରୁପା ଚେନ ୨ ଟି ଓ ଗୋଟିଏ ରୁପା ବ୍ରେସଲେଟ ଜବତ କରିଛି ପୋଲିସ ।ଏଥିସହ ଚୋରି ପାଇଁ ବ୍ୟବହୃତ ଦୁଇଟି ମୋଟର ସାଇକେଲ, ନଗଦ ୨୫୭୨୦ ଟଙ୍କା ଓ ଚୋରି ଟଙ୍କା ରେ କିଣିଥିବା ୩ଟି ମୋବାଇଲ ମଧ୍ୟ ଜବତ କରାଯାଇଛି ।ଗିରଫ ହୋଇଥିବା ଏହି ତିନି ଜଣିଆ ଚୋରି ଗ୍ୟାଙ୍ଗ ନବରଙ୍ଗପୁର ର ହୋଇଥିବା ନେଇ ସୂଚନା ଦେଇଛନ୍ତି ବାଲିଗୁଡା ଏସଡ଼ିପିଓ ଶୁଭମ ଭୋସଲେ ।ତିନି ଅଭିଯୁକ୍ତ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଜାନି ସାହି ର ପ୍ରତାପ ଜାନି, ଚୈତୁ ଜାନି ଓ ମିଲୁ ଜାନି କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ କ୍ଷ ଗତ ୨୩ ମାର୍ଚ୍ଚ ୨୦୨୬ ରେ କୋଟଗଡ଼ ଥାନା ରେଟାବାଲି ଗାଁ ର ପବିତ୍ର ନାୟକ ଙ୍କ ଘରୁ କଳାକନା ବୁଲାଇଥିଲେ ଏହି ତିନି ଜଣିଆ ଗ୍ୟାଙ୍ଗ । ଘରେ କେହି ନଥିବା ର ସୁଯୋଗ ନେଇ ପୂର୍ବ ଯୋଜନା ଭାବେ ସୁନା ଓ ରୁପା ସାଙ୍ଗକୁ ନଗଦ ଏକ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିଲେ ଏହି ଗ୍ୟାଙ୍ଗ। ଏ ନେଇ କୋଟଗଡ଼ ଥାନା ରେ ଅଭିଯୋଗ ପରେ ବାଲିଗୁଡା ଏସଡ଼ିପିଓ ଶୁଭମ ଭୋସଲେ ଙ୍କ ନିର୍ଦେଶ କ୍ରମେ କୋଟଗଡ଼ ଥାନା ଅଧିକାରୀ ସମ୍ବିତ ସ୍ୱାଇଁ ଙ୍କ ନେତୃତ୍ୱ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଛାନଭିନ୍ କରାଯାଇଥିଲା।ରାୟଗଡା ଜିଲ୍ଲା ମୁନିଗୁଡା ଅଂଚଳ ରୁ ଏହି ତିନି ଜଣିଆ ଗ୍ୟାଙ୍ଗ କୁ ଶେଷରେ ଗିରଫ କରିବା ରେ ସଫଳ ହୋଇଛି କୋଟଗଡ଼ ପୋଲିସ ।ତେବେ ଏମାନଙ୍କ ନାମ ରେ ବିଭିନ୍ନ ଥାନା ଅଂଚଳ ରେ ପାଞ୍ଚ ରୁ ଉର୍ଦ୍ଧ ମାମଲା ରହିଥିବା କହିଛନ୍ତି ବାଲିଗୁଡା ଏସଡ଼ିପିଓ ଶୁଭମ ଭୋସଲେ ।ତେବେ ଏହି ଗ୍ୟାଙ୍ଗ ପଛରେ ଆଉ କାହାରି ସମ୍ପୃକ୍ତି ରହିଛି ସେ ନେଇ ଏବେ ବି ଅଧିକ ତଦନ୍ତ ଜାରୀ ରହିଥିବା କହିଛନ୍ତି ବାଲିଗୁଡା ଏସଡ଼ିପିଓ।
