ପୁରୀ: ପୁରୀ ମହାନଗର ଅନ୍ତର୍ଗତ କୁମ୍ଭାରପଡାରେ ଏକ ନାରକୀୟ କାଣ୍ଡ ଦେଖିବାକୁ ମିଳିଛି । କୁମ୍ଭାରପଡାର ମନୋରମା ସାହୁଙ୍କ ଘରେ ଦୁଇମାସ ତଳେ ମା ଓ ପୁଅ ଭଡା ରହିଥିଲେ । ଗତ କାଲି ପୁଅ ଘରେ ନଥିବା ବେଳେ ମା ର ଦେଖାନଥିଲା । ଆଜି ଘର ଭିତରୁ ଦୁର୍ଗନ୍ଧ ଆସିବାରୁ ମାଲିକଙ୍କ ସନ୍ଦେହ ହୋଇଥିଲା । ପରେ କୁମ୍ଭାରପଡା ଥାନାରେ ଜଣାଇଥିଲେ ।

ପୋଲିସ ଟିମ ଆସି ଘଟଣା ସ୍ଥଳ ଅନୁଧ୍ୟାନ କରି ରୋଷେଇ ଘର ସ୍ଲାବ କାଢିବା ସହ ଅଧିକ ତନାଘନା ଜାରି ରଖିଛି ।ଏହା ମହାନଗର ଅଞ୍ଚଳରେ ଚର୍ଚ୍ଚା ଯୋର ଧରିଛି
