ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଗୁଆଳିପୁର ପଞ୍ଚାୟତ ଅଧିନ ପାଟେଣିଗାଁ ଗ୍ରାମର ଭଞ୍ଜ କିଶୋର ବେହେରାଙ୍କ ଘରଉପରେ ଭିଜିଲାନ୍ସ ବିଭାଗ ଚଢାଉକରି କୋଟିକୋଟି ଟଙ୍କା ସମ୍ପତି ଠାବ କରିଥିବା ଖବରମିଳିଛି।ଖବରରୁ ପ୍ରକାଶ ଭଞ କିଶୋର ବେହେରା ପୂର୍ବରୁ ତିର୍ତ୍ତୋଲ ବ୍ଲକ ଏବଂ ବର୍ତମାନ ନାଉଗାଁ ତହସିଲରେ ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ।ସେ ଏବଂ ତାଙ୍କର ତିର୍ତ୍ତୋଲବ୍ଲକର ପୂର୍ବତନ କର୍ମଚାରୀ ୨ଜଣ ସାଥି ମିଶି ସରକାର ଙ୍କ ୩କୋଟି ୨ଲକ୍ଷ ୯୫ ହଜାର ଟଙ୍କା ହେରଫେର କରିଥିଲେ।ଏହି ଆର୍ôଥକ ଅନିୟମିତତା ଅଭିଯୋଗରେ ଗତ ଅଗଷ୍ଟ ୧୨ ତାରିଖରେ ଭିଜିଲାନ୍ସ ବିଭାଗ ୨ ଜଣଙ୍କୁ ଗିରଫ କରି କୋଟଚାଲଣ କରିଥିବାବେଳେ ଆଉ ଜଣେ କର୍ମଚାରୀ ଙ୍କ ପୂର୍ବରୁ ମ?ତ୍ୟୁ ଘଟିସାରିଛି।ତେବେ ଏହି ଘଟଣାକୁ ଭିଜିଲାନ୍ସ ବିଭାଗ ଅଧିକ ଛାନବିନ କରି ସୋମବାର ଭୋର ସମୟରେ କଟକ ଓ ଜଗତସିଂହପୁର ଭିଜିଲାନ୍ସ ବିଭାଗର ୬ଟି ଟିମ ରଘୁନାଥପୁର ବ୍ଲକପାଟିଣିଗାଁ ଗ୍ରାରେ ଥିବା ଭଞକିଶୋର ଙ୍କ ୨ଟି ପୈତ?କ ବାସଭ୍ୱନ, ସାନକୋରକର ସ୍ଥିତ ଶଶୁରଘର,ତିର୍ତୋଲ ଓ ନାଉଗାଁ ଅଫିସ କାର୍ଯ୍ୟାଳୟ ରେ ଏକକାଳୀନ ୫ଟି ସ୍ଥାନରେ ଚଢାଉକରି ବହୁଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ପ୍ରାୟ ୨କୋଟିରୁ ଉର୍ଦ୍ଧ ସମ୍ପତି ଠାବକରିଥିବା ଜଣାପଡିଛି।ତେବେ ଏହି ଚଢାଉ କଟକ ଭିଜିଲାନ୍ସ ଏସପି ଙ୍କ ନିର୍ଦେଶ କ୍ରମେ ଜଗତସିଂହପୁର ଭିଜିଲାନ୍ସ ଡିଏସପି ଅନୂପମା ସାହୁଙ୍କ ନେତୃତ୍ୱ ରେ ୮ଜଣ ଡିଏସପି,୧୨ ଜଣ ଇନସପେକ୍ଟର,ଭିଜିଲାନ୍ସ ବିଭାଗର ଅନ୍ୟକର୍ମଚାରୀ ମାନଙ୍କ ସମେତ ନାଉଗାଁ ଓ ରଘୁନାଥପୁର ଜଳଯୋଗାଣ ବିଭାଗ ର ସହକାରୀ ଯନ୍ତ୍ରୀ ରଶ୍ମୀରଞନ ଦାଶ,ଚନ୍ଦ୍ରଶେଖର ସାହୁ,ମାଣପୁର ଓ ତାଳଦଣ୍ଡା ପ?ର୍ତ୍ତବିଭାଗ ସେକ୍ସନ ର ସହକାରୀ ଯନ୍ତ୍ରୀ ବେଦବ୍ୟାସ ସ୍ୱାଇଁ,ଶ୍ରୀମୟ ପ୍ରଧାନ ଚଢାଉରେ ସହଯୋଗ କରିଥିଲେ।
