ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଅନ୍ତର୍ଗତ ବଡମହୁଲଡିହା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ହେଲେ ଗ୍ରାମର ବିଡିଓ ନାଏକ। ସୂଚନା ଅନୁଯାୟୀ, ବଡମହୁଲଡିହା ଗ୍ରାମ ନିକଟରେ ପ୍ରାୟ ୨୦ଟି ହାତୀଙ୍କୁ ନେଇ ଏକ ହାତୀପଲ ଡେରା ପକାଇଥିଲା। ଏହି ସମୟରେ ହାତୀପଲ ବିଡିଓ ନାଏକଙ୍କ ଧାନ କ୍ଷେତକୁ ପଶି ଆସିଥିଲେ। ହାତୀପଲକୁ ଘଉଡ଼ାଇବା ସମୟରେ ଏକ ହାତୀ ତାଙ୍କୁ ଶୁଣ୍ଢରେ ଆକ୍ରମଣ କରିଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ଘଟଣାସ୍ଥଳରେ ଥିବା ବନବିଭାଗ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଘଟଗାଁ ରେଞ୍ଜର ବାବୃବାହାନ ସାହୁ,ଫରେଷ୍ଟର ଶରତ ପଟ୍ଟନାୟକ ଅନ୍ୟ କର୍ମଚାରି ମାନେ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଁଚି ଗୁରୁତର ବିଡିଓ ନାଏକଙ୍କୁ ପ୍ରାଥମିକ ଚିକିତ୍ସା କରାଇବା ପରେ ଅଧିକ ଚିକିତ୍ସା ପାଇଁ କେନ୍ଦୁଝରକୁ ସ୍ଥାନାନ୍ତର ବ୍ୟବସ୍ଥା କରାଇଥିଲେ । ଏହି ଘଟଣା ପରେ ବନବିଭାଗ ପକ୍ଷରୁ ହାତୀପଲର ଗତିବିଧି ଉପରେ ନଜର ରଖାଯାଇଛି।
