ବାରିପଦା; ଗତ ଅଗଷ୍ଟ ୧୭ ତାରିଖ ରାତ୍ର ୮ ଘଟିକା ସମୟ ରେ ବୋଲବମ୍ ଭକ୍ତ ବେଶରେ ଆସି ଗହଣା ଦୋକାନୀ ଠାରୁ ଗହଣା ଲୁଟିନେଲେ ଦୁର୍ବୃତ୍ତ, ଏଭଳି ଏକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ଯଶିପୁର ବଜାରରେ, ଯଶିପୁର ଥିବା ମହାଲକ୍ଷ୍ମୀ ଜୁଏଲାରୀ ଗହଣା ଦୋକାନର ମାଲିକ ସୁଜିତ ପ୍ରସାଦ ଦୋକାନ ବନ୍ଦ କରି ଘରକୁ ଯାଉଥିବା ସମୟରେ ଭଣ୍ଡାରିପୋଷି ଏସବିଆଇ ଏଟିଏମ ପାଖରେ ଦୁଇ ଦୁର୍ବୃତ୍ତ ବୋଲବମ୍ ଭକ୍ତ ବେଶରେ ଆସି ବନ୍ଧୁକ ରୁ ଗୋଟିଏ ରାଉଣ୍ଡ ଗୁଳି ଫୁଟାଇ ଭୟଭୀତ କରାଇ ଗହଣା ବ୍ୟାଗ ଝାମ୍ପି ନେଇଯାଇଛନ୍ତି, ଦୋକାନୀଙ୍କ ବ୍ୟାଗରେ ସୁନା ଅଳଙ୍କାର ୩୦ ଗ୍ରାମ ରହିଥିବା ବେଳେ ରୂପା ଅଳଙ୍କାର ଅଢେଇ କେଜି ରହିଥିଲା ବୋଲି ଯଶିପୁର ପୋଲିସ କୁ ଅବଗତ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୧୦ ଲକ୍ଷ ଟଙ୍କା ହେବ । ଘଟଣା ସ୍ଥଳରେ ଯଶିପୁର ପୋଲିସ ପହଁଞ୍ଚି ଛାନଭିନ୍ ଜାରିରଖିଛି ।ମଙ୍ଗଳବାର ସାଇଣ୍ଟିଫିକ ଟିମ ଆସି ତଦନ୍ତ କରିଯାଇଛନ୍ତି। ଏ ସମ୍ପର୍କ ରେ ଯଶିପୁର ଥାନାରେ ୨୭୯ ନମ୍ବର ରେ ପୋଲିସ କେଶ ରୁଜୁକରି ତଦନ୍ତ ଜାରିରଖିଛି।
