ଚିକିଟ: ଆଜି ଅପରାହ୍ନ ୫. ୩୦ମିନିଟ ସମୟ ରେ ଧାନଘର ଫାଣ୍ଡି ଓଲପୁର ନିକଟରେ ସ୍କୁଟି -ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳ ରେ ୪ ଜଣ ଗୁରୁତର ହୋଇଛନ୍ତି ।ଗୁରୁତର ଙ୍କ ମଧ୍ୟରେ ଜଣେ ୮ ବର୍ଷ ର ଜଣେ ଶିଶୁ ରହିଥିବା ସୂଚନା ମିଳିଛି । ଗୁରୁତର ମାନେ ହେଲେ ଓଲପୁର ର ପବିତ୍ର ବେହେରା, ତୁଳସୀ ବେହେରା ଏବଂ ଶିଶୁ ୍ୱିଶାଲ ବେହେରା, ସୁବର୍ଣ୍ଣପୁର ର ପୂଜା ସାହୁ ଏବଂ ସସ୍ମିତା ସାହ।ସମସ୍ତ ଗୁରୁତର ଙ୍କୁ ଚିକିଟି ମେଡିକାଲ ରୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି ।ଆମ୍ବୁଲାନ୍ସ ନ ଥିବାରୁ ୪୫ମିନିଟ ବିଳମ୍ବରେ ରୋଗୀ ସ୍ଥାନାନ୍ତର ହେବାକୁ ନେଇ ଚିକିଟି ମେଡିକାଲ ରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା । ଚିକିଟି ତହସିଲଦାର ବିଶ୍ୱରଞ୍ଜନ କଂହର, ବିଡ଼ିଓ ବିବେକାନନ୍ଦ ମିଶ୍ର ଚିକିଟି ମେଡିକାଲ ରେ ପହଂଚି ବୁଝାସୁଝା କରିଥିଲେ ।ମହାପ୍ରୟାଣ ଏବଂ ଜନନୀ ସୁରକ୍ଷା ଗାଡି ରେ ଗୁରୁତର ଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରିବା ବନ୍ଦୋବସ୍ତ କରିବା ପରେ ଉତ୍ତେଜନା ହ୍ରାସ ପାଇଥିଲା ।

ଘଟଣା ମୁତାବକ ଓଲପୁର ର ପବିତ୍ର ବେହେରା, ୍ୱିଶାଲ ବେହେରା ଏବଂ ତୁଳସୀ ବେହେରା କୌଣସି କାମ ରେ ଚିକିଟି ଯାଇ ଓଲପୁର ଫେରୁଥିଲେ ।ବିପରୀତ ଦିଗ ସୁବର୍ଣ୍ଣପୁର ରୁ ଝିଅ ପୂଜା ସାହୁ ସ୍କୁଟି ରେ ମା ସସ୍ମିତା ସାହୁଙ୍କୁ ବସାଇ ଚିକିଟି ଯିବା ବେଳେ ଓଲପୁର ନିକଟରେ ସ୍କୁଟି ଏବଂ ପଲସର ମୁହାଁ ମୁହିଁ ହୋଇ ଦୁର୍ଘଟଣା ଘଟିଥିଲା ।ସମସ୍ତେ ଆହତ ହୋଇଥିଲେ କ୍ଷ ସମସ୍ତ ଆହତ ଙ୍କୁ ଲୋକଙ୍କ ସହାୟତା ରେ ଚିକିଟି ମେଡିକାଲ କୁ ଚିକିତ୍ସା ପାଇଁ ଆଣିଥିଲେ ।ପୁଜା ସାହୁ, ପବିତ୍ର ବେହେରା,ତୁଳସୀ ବେହେରା ଙ୍କ ଅବସ୍ଥା ସଂକଟପର୍ଣ୍ଣ ସାଙ୍ଗ କୁ ଅନ୍ୟମାନେ ୍ୱି ଗୁରୁତର ଥିଲେ ।ଆମ୍ବୁଲାନ୍ସ ନ ଥିବାରୁ ଅତ୍ୟଧିକ ଗୁରୁତର ହୋଇଥିବା ପୁଜା, ପବିତ୍ର ଏବଂ ତୁଳସୀ ଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର ହୋଇ ପାରିନଥିଲା ।ମେଡିକାଲ ଅଧିକାରୀ ଡ଼ ମନୋଜ ପାଢ଼ୀ ଉପସ୍ଥିତ ନଥିବା ଏବଂ ଆମ୍ବୁଲାନ୍ସ ଅଭାବ କୁ ନେଇ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା କ୍ଷ ଜରୁରୀ ଚିକିତ୍ସା କୁ ଆଖି ଆଗରେ ରଖି ଚିକିଟି ତହସିଲଦାର ଏବଂ ବିଡ଼ିଓ ଜ଼ିଲ୍ଲାପାଳ ଙ୍କ ଅନୁମତି ଆଣି ଶବ ବୁହା ମହାପ୍ରୟାଣ ଗାଡି ଏବଂ ଜନନୀ ସୁରକ୍ଷା ଗାଡ଼ିରେ ଗୁରୁତର ଙ୍କୁ ବଡ଼ ମେଡିକାଲ ପଠା ଯାଇଥିଲା ।ଚିକିତ୍ସାଧୀନ ଅବସ୍ଥାରେ ପୂଜା ସାହୁ(୧୮)ଙ୍କ ମୃତ୍ୟୁ ହୋଇଛି ।ଅନ୍ୟମାନେ ଗୁରୁତର ଅଛନ୍ତି କ୍ଷ ଚିକିଟି ତହସିଲଦାର ବିଶ୍ୱରଂଜନ କଂହର ବ୍ରହ୍ମପୁର ବଡ଼ ମେଡିକାଲ ରେ ପହଂଚି ମୃତକ ଙ୍କ ସମ୍ପର୍କୀୟ ଙ୍କୁ ରେଡକ୍ରସ ପାଣ୍ଠି ରୁ ୩୦ ହଜାର ପ୍ରଦାନ କରିଛନ୍ତି । ସେହିପରି ଗୁରୁତର ଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ରେଡ କ୍ରସ ପାଣ୍ଠିରୁ ପ୍ରଦାନ କରାଯାଇଛି ବୋଲି ତହସିଲଦାର ଶ୍ରୀ କଂହର କହିଛନ୍ତି କ୍ଷ ଦୁର୍ଘଟଣା ଗ୍ରସ୍ତ ବାଇକ ଓ ସ୍କୁଟି କୁ ପୁଲିସ ଜବତ କରି ଘଟଣା ର ତଦନ୍ତ କରିବା ସହ ଏକ ଅପ ମୃତ୍ୟୁ ମାମଲା ଦାୟର କରିଛି ।
