Oplus_16908288
ବଲାଙ୍ଗିର: ଆନ୍ତଃ ଜିଲ୍ଲା ୧୪ ବର୍ଷ ବାଳକ ଓ ବାଳିକା ସିଏମ୍ ଟ୍ରଫି–୨୦୨୬ ଫୁଟବଲ୍ ଚାମ୍ପିୟନସିପ୍?ର ଷଷ୍ଠ ଦିନର ବାଳକ ବିଭାଗର ଖେଳଗୁଡ଼ିକ ଗାନ୍ଧୀ ଷ୍ଟାଡ଼ିୟମ, ବଲାଙ୍ଗିରରେ ଆୟୋଜିତ ହୋଇଥିଲା । ପ୍ରଥମ ବାଳକ ବର୍ଗ ମ୍ୟାଚରେ ସମ୍ବଲପୁର ବନାମ ସୁବର୍ଣ୍ଣପୁର ଖେଳ ୨–୨ ଗୋଲରେ ଡ୍ର ହୋଇଥିଲା। ଏହି ଅବସରରେ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି ଯୋଗଦେଇଥିଲେ। ଖେଳ ପରିଚାଳନା ଜିତେନ୍ଦ୍ର ପାତ୍ର, ସୌରଭଜିତ ନାଏକ, ଯଶୋବନ୍ତ ମାଝୀ ଓ ଯୋଗେନ୍ଦ୍ର ପଣ୍ଡା କରିଥିଲେ।ଦ୍ୱିତୀୟ ବାଳକ ବର୍ଗ ମ୍ୟାଚରେ ବରଗଡ଼ ୧୫–୧ ଗୋଲରେ ନୂଆପଡ଼ାକୁ ପରାଜିତ କରି ବିଜୟୀ ହୋଇଥିଲା। ଏହି ଖେଳରେ ଅତିଥି ଭାବେ କ୍ରୀଡ଼ା ସଂସଦର ଯୁଗ୍ମ ସଂପାଦକ ଶତୃଘ୍ନ ସିଂ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ପରାସର ବାଗ ଯୋଗଦେଇଥିଲେ। ସଂସଦର କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, ଫୁଟବଲ୍ ସଂପାଦକ ଶରତ କୁମାର ନନ୍ଦ ଓ ବରିଷ୍ଠ ସଦସ୍ୟ ଡ଼ା. ସିଦ୍ଧେଶ୍ୱର ମିଶ୍ର ମଂଚାସୀନ ଥିଲେ। ଏହି ମ୍ୟାଚ୍?ଗୁଡ଼ିକୁ ମଳୟ ଘିଭେଲା, ସୌରଭ ନାଏକ, ପପୁନ ବେହେରା ଓ ସଦାନନ୍ଦ ସାହୁ ପରିଚାଳନା କରିଥିଲେ। ବାଳକ ବର୍ଗରେ ନବୀନ ନାଏକ ମ୍ୟାଚ୍ କମିଶନର ଭାବେ କାର୍ଯ୍ୟରତ ଥିଲେ।

ପଲ୍ଲିଶ୍ରୀ ଷ୍ଟାଡ଼ିୟମ, ସଦାଇପାଲିରେ ଆନ୍ତଃ ଜିଲ୍ଲା ୧୪ ବର୍ଷ ବାଳିକା ବିଭାଗର ଖେଳଗୁଡ଼ିକ ଆୟୋଜିତ ହୋଇଥିଲା। ପ୍ରଥମ ମ୍ୟାଚରେ ସମ୍ବଲପୁର ୧୦–୦ ଗୋଲରେ ସୁବର୍ଣ୍ଣପୁରକୁ ପରାଜିତ କରି ବିଜୟୀ ହୋଇଥିଲା। ଏହି ଖେଳକୁ ସଞ୍ଜନ କୁଦେଇ, ମାମା ସିଂ, ଅନିତା ମହାନନ୍ଦ ଓ ସୀତା ମାରାଣ୍ଡି ପରିଚାଳନା କରିଥିଲେ। ଦ୍ୱିତୀୟ ଅପରାହ୍ନରେ ବରଗଡ଼ ୧୪–୦ ଗୋଲରେ ନୂଆପଡ଼ାକୁ ପରାଜିତ କରି ବିଜୟୀ ହୋଇଥିଲା। ଏହି ଅବସରରେ ଓଡ଼ିଶା ଫୁଟବଲ୍ ଏସୋସିଏସନ୍ ଓ ଜିଲ୍ଲା କ୍ରୀଡ଼ା ସଂସଦର କାର୍ଯ୍ୟକାରୀ ସଭାପତି ଡ଼. ଶ୍ରୀକର ମିଶ୍ରଙ୍କ ତତ୍ତ୍ୱାବଧାନରେ କ୍ରୀଡ଼ାବିତ ସୁନିଲ ଚନ୍ଦ୍ର ବିଶ୍ୱାଲ, ଡ଼ା. ସୁରେଶ ପଧାନ ଓ ଡ଼ା. ପ୍ରକାଶ ଦାଶ ଅତିଥି ଭାବେ ଯୋଗଦେଇଥିଲେ। ଖେଳ ପରିଚାଳନା ସୀତା ମାରାଣ୍ଡି, ମାମା ସିଂ, ଅନିତା ମହାନନ୍ଦ ଓ ପ୍ରିୟଙ୍କା ବିଶି କରିଥିଲେ। ବାଳିକା ବିଭାଗରେ ସୁରେଶ କୁମାର ଦାଶ ମ୍ୟାଚ୍ କମିଶନର ଭାବେ କାର୍ଯ୍ୟରତ ଥିଲେ।ଆସନ୍ତାକାଲି ୦୭.୦୬.୨୦୨୬ (ରବିବାର) ସକାଳ ୬.୩୦ରେ ବାଳିକା ବର୍ଗର ଜୋନ୍? ଫାଇନାଲ୍? ଖେଳ ଦେବଗଡ଼ ବନାମ ବରଗଡ଼ ମଧ୍ୟରେ ଓ ଅପରାହ୍ନ ୫.୦୦ରେ ବାଳକ ବର୍ଗର ଜୋନ୍? ଫାଇନାଲ୍? ଖେଳ ବରଗଡ଼ ବନାମ ନୟାଗଡ଼ ମଧ୍ୟରେ ଗାନ୍ଧୀ ଷ୍ଟାଡ଼ିୟମ, ବଲାଙ୍ଗିରରେ ଅନୁଷ୍ଠିତ ହେବ। ଏହି ଅବସରରେ ବହୁ ସଂଖ୍ୟକ କ୍ରୀଡାପ୍ରେମୀ ଦର୍ଶକମାନେ ଉପସ୍ଥିତ ହୋଇ କ୍ରୀଡାବିତ ମାନଙ୍କୁ ଉତ୍ସାହିତ କରିବା ପାଇଁ ଜିଲ୍ଲା କ୍ରୀଡା ସଂସଦ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ କ୍ରୀଡା ବିଭାଗ ଦ୍ୱାରା ଅନୁରୋଧ କରାଯାଇଛି।
