ଛତ୍ରପୁର: ଚଳନ୍ତା ଟ୍ରେନ ରୁ ଡେଇଁ ଜଣେ ଯୁବକ ଆହାତ ହୋଇଛନ୍ତି । ଆହାତ ଜଣକ ହେଲେ କେନ୍ଦୁଝର ଗୁଣ୍ଠପୁର ଅଂଚଳ ର ବିକ୍ରମ ମୁଣ୍ଡା । ତାଙ୍କର ଗୋଡ଼ ଏବଂ ପିଠି ରେ ଗଭୀର ଆଘାତ ଲାଗିଛି । ମିଳିଥିବା ସୂଚନା ମୁତାବକ ବିକ୍ରମ ବିଶାଖାପାଟଣା ରେ ଲେବର ଭାବେ କାମ କରୁଥିଲେ । ତାଙ୍କୁ ଘରୁ କୋଣସି କାମ ନିମନ୍ତେ ଡାକରା ଆସିଥିଲା ସେଥିପାଇଁ ସେ ବିଶାଖାପାଟଣା ରୁ ଭୁବନେଶ୍ୱର ଅଭିମୁଖେ ଏକ ଟ୍ରେନ ରେ ଯାଉଥିଲେ । ହଠାତ ସେ ଛତ୍ରପୁର ନିକଟରେ ଟ୍ରେନ ରୁ ଡେଇଁ ପଡି ଯାଇଥିଲେ ।ସ୍ଥାନୀୟ ବାସିନ୍ଦା ଏହାଦେଖି ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରିଥିଲେ । ସେଠାରେ ସେ ଚିକିତ୍ସା ହେଉଛନ୍ତ। ଏହାର ଖବର ପାଇ ଆରପିଏଫ ପୋଲିସ ଚିକିତ୍ସାଳୟରେ ପହଁଚି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି ।
