କାକଟପୁର: ପୁରୀ ଜିଲ୍ଲା କୋଣାର୍କ ଚନ୍ଦ୍ରଭାଗା ସମୁଦ୍ରରେ ଗାଧୋଇବାବେଳେ ବୁଡି ଯାଇ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ଉତ୍ତର ପ୍ରଦେଶ ଫରିଦାବାଦର ମନୁ କୁମାର (୨୨) ବୋଲି ଜଣାପଡିଛି। ସେ ଦୀର୍ଘ ଦିନ ହେବ ଚନ୍ଦ୍ରଭାଗା ଇକୋ ରିଟ୍ରିଟ୍?ରେ ଶ୍ରମିକ ଭାବେ କାମ କରୁଥିଲେ । ଆଜି ସମୁଦ୍ରରେ ସ୍ନାନ କରିବା ସମୟରେ ସେ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲେ । ମନୁ ବୁଡିଯାଉଥିବା ଦେଖି କିଛି ସ୍ଥାନୀୟ ଲୋକେ ତାଙ୍କୁ ଗୋପ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
