ପୁରୀ: ବର୍ଷେ ତଳୁ ସରିଲାଣି ପୁରୀ ମାଟିଆପଡ଼ା ରେଳ ଓଭର ବ୍ରିଜ୍ ନିର୍ମାଣ ଅବଧି। ଏ ପର୍ଯ୍ୟନ୍ତ ସରିନାହିଁ ୫୦ ପ୍ରତିଶତ ନିର୍ମାଣ କାର୍ଯ୍ୟ । ପୁରୀ-କୋଣାର୍କ ରାଜପଥରେ ଚାଲିଥିବା ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ସେ ନେଇ ଅନିଶ୍ଚିତତା ଦେଖାଦେଇଛି। ନାହିଁ ଯାତାୟାତ ରାସ୍ତା ବନ୍ଦ ଯୋଗୁ ନଥୁବା ଦୁର୍ଦ୍ଦଶା ଭୋଗୁଛନ୍ତି ପର୍ଯ୍ୟଟକ ଓ ସ୍ଥାନୀୟ ଅଧୂବାସୀ । ଠିକାଦାର ସଂସ୍ଥାର ଅପାରଗତା ଲୁଚାଇବାକୁ ନିର୍ମାଣ ସ୍ଥଳରୁ ସୂଚନା ଫଳକ ହଠାତ୍ ଗାଏବ କରି ଦିଆଯାଇଛି।ଆଗାମୀ ରଥଯାତ୍ରା ଆଉ ମାତ୍ର ୪ ମାସ ପରେ ଜୁଲାଇ ୧୬ ତାରିଖରେ ଅନୁଷ୍ଠିତ ହେବ। ଏହି ରାସ୍ତା ଦେଇ ଲକ୍ଷାଧିକ ଶ୍ରଦ୍ଧାଳୁ ସେତେବେଳ ଯାତାୟାତ କରିବେ । ଏହା ପୂର୍ବରୁ ରେଳ ଓଭର ବ୍ରିଜ୍ ନିର୍ମାଣ ଶେଷ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଦେଶର ଦୁଇ ୨ ପ୍ରମୁଖ ପର୍ଯ୍ୟଟନ ତଥା ଐତିହ୍ୟ ସହର ପୁରୀ ଓ କୋଣାର୍କକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୩୧୬ ର ମାଟିଆପଡ଼ା ରେଳ ଫାଟକ ଉପରେ ଚାଲିଛି ରେଳ ଓଭର ବ୍ରିଜ୍ ନିର୍ମାଣ। କେନ୍ଦ୍ର ସରକାର ଏଥିପାଇଁ ୫ କୋଟି ୭୪ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ରାଜ୍ୟ ସରକାରଙ୍କ ପୂର୍ବ ପୂତ୍ର ବିଭାଗ ଅଧୀନରେ ଥିବା ଜାତୀୟ ରାଜପଥ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ ଏକ ଘରୋଇ ଠିକା ସଂସ୍ଥାକୁ ଏହାର ନିର୍ମାଣ ଦାୟିତ୍ୱ ଦିଆଯାଇଛି। ଚୁକ୍ତି ଅନୁଯାୟୀ ଗତବର୍ଷ ଏପ୍ରିଲ ୯ ତାରିଖରେ ନିର୍ମାଣ କାର୍ଯ୍ୟ ଶେଷ ହେବା କଥା। କିନ୍ତୁ ସେଥ୍ରେ ଅହେତୁକ ବିଳମ୍ବ ଦେଖିବାକୁ ମିଳିଛି । ଜାତୀୟ ରାଜପଥ ବିଭାଗ ପକ୍ଷରୁ ଏହାର ଅଗ୍ରଗତି ବିଷୟରେ ଥରୁଟିଏ ସମୀକ୍ଷା କରାଯାଇ ନାହିଁ । ଏହି ରାସ୍ତା ଦେଇ ପୁରୀରୁ କୋଣାର୍କ କେ ମଧ୍ୟରେ ପ୍ରତ୍ୟହ ଶହ ହ ଶହ ଶହ ଗାଡ଼ି ଚଳାଚଳ କରୁଛି। ଏହା ପୁରୀ ଜିଲାର ଅନ୍ୟତମ ତମ ପ୍ରମୁଖ ବ୍ୟସ୍ତବହୁଳ ରାଜପଥ ।ପୁରୀରୁ ଦେଶର ବିଭିନ୍ନ ସ୍ଥାନକୁ ଦୈନିକ ୫୫ ଗୋଟି ରେଳ ଗାଡ଼ି ଚଳାଚଳ କରୁଛି ।ଏଥିଯୋଗୁଁ ଚଳାଚଳ କରୁଛି। ମାଟିଆପଡ଼ା ରେଳ ଫାଟକ ଅଧିକାଂଶ ସମୟ ବନ୍ଦ ରହୁଛି। ତେଣୁ ସେଠାରେ ରେଳ ଓଭରବ୍ରିଜ୍ ନିର୍ମାଣ ପାଇଁ ପ୍ରାୟ ୮୦ ବର୍ଷ ଧରି ପୁରୀ ସହରବାସୀ ଦାବି କରି ଆସୁଛନ୍ତି ।୨୦୨୩ ଏପ୍ରିଲ ୧୦ ତାରିଖରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।ଏହି ରେଳ ଓଭର ବ୍ରିଜ ନିର୍ମାଣ ପାଇଁ ଜିଲା ପ୍ରଶାସନ ପକ୍ଷ ସେଠାରେ ଆବଶ୍ୟକ ଜମି ଅଧିଗ୍ରହଣ କରାଯାଇଛି। ରେଳ ଫାଟକ ଦୁଇପାର୍ଶ୍ୱ ରାସ୍ତା ସମ୍ପୂର୍ଣ ବନ୍ଦ କରି ଦିଆଯାଇଛି। ଦୁଇପାର୍ଶ୍ୱ ରାସ୍ତା ଖୋଳି ଦିଆଯିବା ଯୋଗୁ ଅସରାଏ ବର୍ଷା ହେଲେ ଆଣ୍ଠୁଏ ପାଣି ଜମା ହୋଇ ରହୁଛି। ସିଦ୍ଧମହାବୀର ଫାଟକ ସମ୍ମୁଖ ରାସ୍ତାରେ ସିମେଣ୍ଟ ଖୁଣ୍ଟି ଉପରେ ପ୍ଲାବ ପକାଯାଉ ନାଯାଉଛି। କିନ୍ତୁ ଅ ଅପର ପାର୍ଶ୍ୱରେ ରେ ଓଭର ବ୍ରିଜ ନିର୍ମାଣ ବହୁ ପଛରେ ପଡିଛି। ସେଠାରେ ରାସ୍ତା ବନ୍ଦ ଯୋଗୁ ଗାଡ଼ି ଗୁଡ଼ିକ ପୁରୀ ଚକ୍ରତୀର୍ଥ ରୋଡ, ତାଳବଣିଆ ଓ ମାଳତୀପାଟପୁର ଓଭର ବ୍ରିଜ ରାସ୍ତା ଦେଇ କୋଣାର୍କ ଯିବାକୁ ବାଧ୍ୟ ହେଉଛନ୍ତି । ଏହାଛଡା ରେଳ ଓଭର ବ୍ରିଜ୍ ନିର୍ମାଣରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ ହୋଇଛି ଓ ଓଭର ବ୍ରିଜ ମଝିରେ କ୍ରସର ଗୁଣ୍ଡ କିମ୍ବା ବାଲି ଭରିବା ପରିବର୍ଭେ ମୋରମ୍ ଭର୍ତ୍ତି କରାଯାଇଛି । ବଡ଼ ବଡ଼ ସିମେଣ୍ଟ କ୍ଲବ ଓ ପିଲର ପିଲର ନିର୍ମାଣ ପାଇଁ କଳଙ୍କି ଲାଗି ଯାଇଥିବା ଲୁହା ଛଡ଼ ବ୍ୟବହାର କରାଯାଉଛି। ଜାତୀୟ ରାଜପଥ ବିଭାଗ ନିର୍ବାହୀ ଯନ୍ତ୍ରୀ ନ୍ତ୍ରୀ ତପନ କୁମାର ପ୍ରଧାନ କହିଛନ୍ତି, ରେଳ ସିଗ୍ନାଲ ବୋର୍ଡ ସ୍ଥାନାନ୍ତର ଅନ୍ତର ବିଳମ୍ବ ଯୋଗୁଁ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇଚି ।ତଥାପି ରଥଯାତ୍ରା ପୂର୍ବରୁ କାର୍ଯ୍ୟ ସାରିବାକୁ ଠିକାଦାର ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ନିମ୍ନ ମାନର ନିର୍ମାଣ କାର୍ଯ୍ୟ ଅଭିଯୋଗର ତଦନ୍ତ କରାଯିବ ।
