ନୀଳଗିରି; ସର୍ଟସର୍କିଟ ଯୋଗୁଁ ଏକ ଔଷଧଦୋକାନ ଜଳିଯିବା ଫଳରେ ଲକ୍ଷାଧିକ ଟଙ୍କାର ଔଷଧ ଜଳିପୋଡି ନଷ୍ଟ ହୋଇଯାଇଛି। ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱରକୁ ସଂଯୋଗ କରୁଥିବା ଛକନିକଟରେ ସ୍ଥାନୀୟ ଜୟପୁର ଅଞ୍ଚଳର ଅଶେଷ ପାଢ଼ୀ ସାଇକ୍ରୀଷ୍ଣା ମେଡିକାଲ ଷ୍ଟୋର ନାମରେ ଔଷଧ ଦୋକାନ କରିଥିଲେ। ଆଜି ଅପରାହ୍ନରେ ଉକ୍ତ ଦୋକାନରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଯିବା ଫଳରେ ଦୋକାନର ଷ୍ଟୋରରେ ଗଚ୍ଛିତଥିବ ଲକ୍ଷାଧିକ ଟଙ୍କାର ଔଷଧ ଓ ଅନ୍ୟାନ୍ୟ ଜିନିଷ ପୋଡିଯାଇଥିବା ଦେଖିବାକୁ ମିଳିଛି। ନୀଳଗିରି ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ ହେଁ ଲକ୍ଷାଧିକ ଟଙ୍କାର ଔଷଧ ଜାଳିଯାଇଥିବା ପରିଲକ୍ଷିତ ହୋଇଛି।
