ପୁରୀ: ଚନ୍ଦ୍ରଶେଖର ଏକାଡେମୀ, ବାଲିଘାଇ, ପୁରୀର ୨୧ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଭବ୍ୟ ଭାବେ ଓ ଉତ୍ସାହର ସହ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସନ୍ତୋଷ କୁମାର ପ୍ରଧାନ (ଉଜଉଉ, ଏଙଚ,ଈକ୍ଷକ୍ଟମଳ) , ଚନ୍ଦ୍ରଶେଖର ଏକାଡ଼େମୀର ଚେୟାର ମ୍ୟାନ ଶ୍ରୀଯୁକ୍ତ ଶ୍ରୀମନ୍ତ କୁମାର ଦାସ ଏବଂ ଅମିତା ପଟ୍ଟନାୟକ , ବିଦ୍ୟାଳୟର ସଂପାଦକ ଶ୍ରୀଯୁକ୍ତ ସଂଜୀବ କୁମାର ନାୟକ , ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ତାପସ ମିଶ୍ର, ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର ମିଶ୍ର, ବିକାସ ଦାସ, ଅଭିଳାଷ ମିଶ୍ର, ରଜତ କୁମାର ପାଣି, ଚନ୍ଦନ ବିଶ୍ୱାଳ,-ଶିକ୍ଷୟିତ୍ରୀ- ସୁଚିତ୍ରା ନାୟକ, ଶକୁନ୍ତଳା ରଥ, ପାର୍ବତୀ ସରୋନ୍, ସସ୍ମିତା ପ୍ରଧାନ, ଶର୍ମିଷ୍ଠା ଦଳାଇ, ଦିବ୍ୟାନି ପଟ୍ଟନାୟକ, ରଶ୍ମିତା ସ୍ୱାଇଁ, ସତ୍ୟଭାମା ସ୍ୱାଇଁ, ସୁମିତ୍ରା ମହାନ୍ତି, ଅଲିଭା ମିଶ୍ର, ରଞ୍ଜନ ରଶ୍ମି ମହାନ୍ତି, ଶ୍ୱେତପଦ୍ମା ବେହେରା ମଧୁସ୍ମିତା ସ୍ୱାଇଁ , ସୁଚିତ୍ରା ପ୍ରଧାନ ଏବଂ ଧରିତ୍ରୀ ମଲ୍ଲିକ , ବିଦ୍ୟାଳୟର ଡ୍ରାଇଭର ଶ୍ରୀଯୁକ୍ତ ଉପବ ନାୟକ , ପ୍ରଦିପ୍ତ କୁମାର ନାୟକ, ବିଷ୍ଣୁ ମହାନ୍ତ, ପିଅନ ରିଙ୍କି ଗୋଚ୍ଛାୟତ ଏବ ସୌଦାମିନି ମହାରଣା, ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କର ଉଲ୍ଲେଖନୀୟ ଉପସ୍ଥିତି ଦେଖାଯାଇଥିଲା।କାର୍ଯ୍ୟକ୍ରମ ଦୀପ ପ୍ରଜ୍ୱଳନ ଓ ସ୍ୱାଗତ ଅଭିଭାଷଣ ସହ ଆରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ଶ୍ରୀ ସନ୍ତୋଷ କୁମାର ପ୍ରଧାନ (ଉଜଉଉ, ଗୋପ ବ୍ଲକ୍) ଉପସ୍ଥିତ ହୋଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହଦାୟକ ଓ ପ୍ରେରଣାମୂଳକ ଭାଷଣ ଦେଇଥିଲେ।ଏହି ଅବସରରେ ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ, ସମ୍ବଲପୁରୀ ନୃତ୍ୟ ଓ ବିଭିନ୍ନ ସାଂସ୍କୃତିକ ନୃତ୍ୟ ଓ ନାଟ୍ୟ ପ୍ରଦର୍ଶନ କରିଥିଲେ, ଯାହା ଦର୍ଶକମାନଙ୍କୁ ମନୋରଞ୍ଜନ ଓ ଆନନ୍ଦ ଦେଇଥିଲା। ବିଶେଷ କରି ପ୍ରି-ପ୍ରାଇମାରୀ ଛାତ୍ରଛାତ୍ରୀମାନଙ୍କର ପ୍ରଦର୍ଶନ ସମସ୍ତଙ୍କର ମନ ଜିତିନେଇଥିଲା।ବିଦ୍ୟାଳୟର ପ୍ରଧାନଶିକ୍ଷକ ବାର୍ଷିକ ପ୍ରତିବେଦନ ପ୍ରସ୍ତୁତ କରି ବିଦ୍ୟାଳୟର ସଫଳତା, ଶିକ୍ଷାଗତ ଓ ସହ-ପାଠ୍ୟକ୍ରମୀୟ କାର୍ଯ୍ୟକଳାପ ବିଷୟରେ ଅଲୋଚନା କରିଥିଲେ। ଏହା ସହ ଉତ୍କୃଷ୍ଟ ଫଳାଫଳ ଓ କୃତିତ୍ୱ ପାଇଁ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।ଶେଷରେ ଶିକ୍ଷା ଦାୟିତ୍ୱ ଅଧିକାରୀ ଙ୍କ ଦ୍ୱାରା ଧନ୍ୟବାଦ ଜ୍ଞାପନ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା।ଏହି ଉତ୍ସବ ସମସ୍ତଙ୍କ ମନରେ ଖୁସି ଓ ସ୍ମୃତିର ଅମିଟ ଛାପ ରଖି ଯାଇଥିଲା।
