ଟାଙ୍ଗୀ -ଚୌଦ୍ୱାର: ଆଜି ପବିତ୍ର ଇଦ୍-ଉଲ୍-ଫିତ।ର୍ ସାରା ରାଜ୍ୟରେ ପାଳନ ହେଉଛି ଇଦ୍। ଏନେଇ ଚଳ ଚଞ୍ଚଳ ସମସ୍ତ ମସଜିଦ୍। ମସଜିଦ୍?ରେ ସମୂହ ନମାଜ ପାଠ ଚାଲିଛି । ଚୌଦ୍ୱାରରେ ମୁସଲିମ ଭାଇମାନେ ସକାଳୁ ସକାଳୁ ଦେଖିବାକୁ ମିଳିଛି ମସଜିଦ୍ରେ ଭିଡ଼ । ପରସ୍ପର ସହ ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା।ସୂଚନା ମୁତାବକ ଦାନ ଓ ଧର୍ମର ପର୍ବ ହେଉଛି ଇଦ୍ ରମଜାନ ଅବସରରେ ମାସେ କାଳ ଉପବାସ ପରେ ପାଳିତ ହେଉଛି ଇଦ । ଚାନ୍ଦ ଦେଖିବା ପରେ ଇଦ ପାଳିତ ହେଉଛି । ହଜାର ହଜାର ସଂଖ୍ୟକ ମୁସଲିମ ଧର୍ମାବଲମ୍ବୀ ମାନେ ଚୌଦ୍ୱାର ଇଦଗାହ ଠାରେ ସାମୁହିକ ଭାବେ ନମାଜ ପାଠ କରିଛନ୍ତି । ନମାଜ ପରେ ସମସ୍ତେ ଅନ୍ୟ ଙ୍କୁ ଆଲିଙ୍ଗନ କରି ଇଦ ମୁବାରକ ବା ଅଭିନନ୍ଦନ ଜଣାଇଛନ୍ତି । ପ୍ରକାଶ ଯେ ଇଦ ଏକ ଆରବୀ ଶବ୍ଦ ଯାହାର ଅର୍ଥହେଲା ଆନନ୍ଦ ଉତ୍ସବ ଓ ଫିଦର ବା ଫିତ୍ରର ଅର୍ଥ ହେଲା ଉପବାସ ଭାଙ୍ଗିବା। ଏଇ ପର୍ବଟି ଅଣତିରିସିଆ ବା ତିରିସିଆ ମାସରେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ କରାଯାଉଥିବା ଉପବାସର ଉପସଂହାର। ସେଥିପାଇଁ ଇଦର ପ୍ରଥମ ଦିନ ମାସର ପ୍ରଥମ ଦିନ ହୋଇଥାଏ। ଏଇଦିନ ସାରାବିଶ୍ୱ ମୁସଲମାନମାନେ ଏକତାର ସାମୁହିକ ଲକ୍ଷ୍ୟକୁ ଉପସ୍ଥାପିତ କରିବାର ପ୍ରୟାସ କରିଥାନ୍ତି। ଏଇ ଦିନକୁ ଆଲ୍ଲା(ଈଶ୍ୱର)ଙ୍କର ପରିଚୟ ଦିବସ ବୋଲି ଜ୍ଞାନ କରାଯାଏ। ଆଜିର ଏହି ଉତ୍ସବରେ ଚୌଦ୍ୱାର ମୁସଲିମ ପଂଚାୟତ ର ସଭାପତି ସେକ ସାଜିଦ ଚାନ୍ଦ,କୋଷାଧକ୍ଷ ନସୀମ ଉଦିନ ଖାନ,ସେକ୍ରେଟେରୀ ମହମଦ ରିଜ୍ୱାନ, ଏସ କେ ଅଜ଼ମତ, ସେକ ଖାଲିଦ ଚାନ୍ଦ ଙ୍କ ସମେତ ବହୁ ମୁସଲିମ ଭାଇମାନେ ଉପସ୍ଥିତ ଥିଲେ।
