ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ହର୍ସ ଉଲ୍ଲାସରେ ମୁସଲିମ ଭାଇଭଉଣୀମାନେ ଇଦ ଉଲ ଫିତର ପର୍ବ ପାଳନ କରିଛନ୍ତି। ଗତକାଲି ରମଜାନ ମାସର ଶେଷ ସନ୍ଧ୍ୟାରେ ଇଦର ଚାନ୍ଦ ଦେଖିବା ପରେ ଆଜି ଏଠାରେ ଇଦ ପାଳନ କରାଯାଇଛି ଓ ବଲାଙ୍ଗିର ଜିଲ୍ଲାର ପଟଣାଗଡ଼, ଟିଟିଲାଗଡ଼, ଲୋଇସିଂହା, କଣ୍ଟାବାଞ୍ଜି ଓ ବଲାଙ୍ଗିର ସହରରେ ସବୁ ମୁସଲମାନମାନେ ଇଦ ନମାଜ ପାଠ କରି ପରସ୍ପରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିପାଇଁ ବଲାଙ୍ଗିର ସୁନ୍ନି ସଦର ମସଜିଦରେ ଏକ ଭବ୍ୟ ଆୟୋଜନ କରାଯାଇଥିଲା। ସହରର ସବୁ ମୁସଲମାନ ଭାଇମାନେ ଏକାଠି ହୋଇ ଇଦ ନମାଜ ପାଠ କରିଥିଲେ। ଏବଂ ନମାଜ ପରେ ସମସ୍ତେ ପରସ୍ପରଙ୍କୁ ଆଲିଙ୍ଗନ କରି ଇଦର ଶୁଭେଚ୍ଛା ଜଣାଇଥିଲେ। ହେଲେ ଗୋଟିଏ ମାସର ନିର୍ଜଲା ଉପବାସ ରୋଜା ରଖିବା ପରେ ଆଜି ସବୁ ମୁସଲିମ ଭାଇଭଉଣୀମାନେ ଇଦ ଉଲ ଫିତର ପାଳନ କରିଛନ୍ତି କ୍ଷ ଯାହା ନୂତନତ୍ୱର ପର୍ବ ସହ ଦାନ ଧର୍ମର ପର୍ବ ଭାବରେ ମୁସଲମାନମାନେ ପାଳନ କରିଥାନ୍ତି। ଏବଂ ଉପବାସ ପରେ ମୁସଲମାନମାନେ ଗରିବଙ୍କୁ ଦାନ ଧର୍ମ ବା ଫିତ୍ରା ପ୍ରଦାନ କରିଥାନ୍ତି। ଏ ଅବସରରେ ବିଶ୍ୱରେ ଶାନ୍ତି ପାଇଁ ସମୂହ ପ୍ରାଥନା କରିଥିଲେ।
