ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଆଇପିଏଲ ପୂର୍ବରୁ କେକେଆରକୁ ବଡ଼ ଶ୍ରେୟ ଦେଇଛନ୍ତି । ୨୦୨୪ ଟି-୨୦ ବିଶ୍ୱକପ ବିଜୟ ପରେ ଭାରତର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱ ନେଇଥିବା ଗମ୍ଭୀର ୨୦୨୭ ପର୍ଯ୍ୟନ୍ତ ଭାରତୀୟ ଦଳକୁ କୋଚିଂ ଦେବେ । ତେବେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ହେବା ପଛରେ କେକେଆର ଭୂମିକା ରହିଥିବା କହିଛନ୍ତି ଗମ୍ଭୀର । ଗମ୍ଭୀର ଏକ ଇଣ୍ଟରଭିୟ୍ୟୁରେ କହିଛନ୍ତି କି, କେକେଆର ମୋତେ ଲିଡର ହେବାର ସୁଯୋଗ ଦେଇଛି । କେକେଆର ସହ ରହି ମୁଁ ଅନେକ ସଫଳତା ପାଇଛି । କୋଲକାତା ୩ଥର ଆଇପିଏଲ ଟ୍ରଫି ଜିତିଛି । ଯେଉଁଥିରେ ଗମ୍ଭୀରଙ୍କ ଭୂମିକା ରହିଛି । ୨୦୧୨,୨୦୧୪ ଏବଂ ୨୦୨୪ ସିଜିନରେ କେକେଆର ଚାମ୍ପିୟନ ହୋଇଛି । ପ୍ରଥମ ଦୁଇଟି ସିଜିନରେ ସେ ଦଳର ଅଧିନାୟକ ପଦ ସମ୍ଭାଳିଥିବାବେଳେ ୨୦୨୪ ସିଜିନରେ ମେଣ୍ଟରଭାବେ ଦାୟିତ୍ୱ ତୁଲାଇଥିଲେ । ଗମ୍ଭୀର ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ହେବାପରେ ଦଳ ଦୁଇଟି ଆଇସିସି ଟ୍ରଫି ଜିତିଛି । ୨୦୨୫ ଚାମ୍ପିୟନ୍ସ ଟ୍ରଫି ଏବଂ ୨୦୨୬ ଟି-୨୦ ବିଶ୍ୱକପ ମଧ୍ୟ ଦଳ ତାଙ୍କ ପ୍ରଶିକ୍ଷକରେ ଜିତିଛି । ୨୦୨୭ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ରହିଥିବା ତାଙ୍କ ପ୍ରଶିକ୍ଷଣରେ ୨୦୨୭ ଦିନିକିଆ ବିଶ୍ୱକପ ମଧ୍ୟ ଖେଳିବ । ଯଦି ଦଳ ବିଜୟୀ ହୁଏ ତାହେଲେ ତିନୋଟି ଆଇସିସି ଟ୍ରଫି ଜିତିପାରିବେ।
