ପୁରୀ: ମାଳତୀପାଟପୁର ନିକଟ ନିକଟ ପୁରୁଷୋତ୍ତମ ବଲ୍ଲଭ କ୍ରିକେଟ ପଡ଼ିଆରେ ମା ଭୁଜବାଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି ।ଗତ ୩୧ ତାରିଖ ରୁ ୨ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ବନ୍ଧୁତା ପୂର୍ଣ୍ଣ ଭାବେ ଏହି ଖେଳ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ମହାବୀର ୧୧ ବିଜୟୀ ହାସଲ କରିଥିବା ବେଳେ ରନର୍ସ ଅପ ରେ ଗେମ ଚେଙ୍ଗର ଟିମ କୃତିତ୍ୱ ହାସଲ କରିଥିଲା । ଗ୍ରାମର ସମସ୍ତ ସଭ୍ୟ ଏବଂ କୁନିକୁନି ଖେଳାଳି ସହଯୋଗ କରିଥିଲେ । ଉଦଘାଟନି ଓ ଉଦଯାପନୀ ଉତ୍ସବକୁ ସମାଜସେବୀ ତଥା ଗୀତିକାର ରାଜକିଶୋର ସାହୁ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଫଳତାର ପୂର୍ଣ୍ଣଚନ୍ଦ୍ର, ଅଶୋକ, ଆକାଶ, ବିକାଶ, ରାଜେଶ, ଦୀପକ, ବବୁଲ, ରବି, ଗଗୁନା , ସୂର୍ଯ୍ୟ, ଓଁମ, ଟୁକୁ, ଗୁଗୁଲା, ସାଇ, କୁସା,ଟୁଟୁଲ,ସୁରଥ,କାହ୍ନା, ପ୍ରଶାନ୍ତ, ସତ୍ୟ, ମିଥୁନ ,ଟୁଲୁ,ସଞ୍ଜୟ ପ୍ରମୁଖ ଉପସ୍ଥିତ ରହି ଖେଳକୁ ପରିଚାଳନା କରିଥିଲେ ।
